ମନ୍ତ୍ରୀପଦ ବଣ୍ଟାନେଇ ଅସନ୍ତୋଷ ବଢୁଛି, ଆଜି ଉଦ୍ଧବ-ପାଓ୍ଵାର-ଅହମ୍ମଦ ପଟେଲ ଆଲୋଚନା

Spread the love

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା କାଲି ମୁମ୍ବଇର ଶିବାଜୀ ପାର୍କରେ ଶିବସେନାର ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କ ସହିତ ଏନସିପିର ଜୟନ୍ତ ପାଟିଲ ଓ କଂଗ୍ରେସର ବାଲାସାହେବ ଥୋରାଟ ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ । ମିଳିଥିବା ସୂଚନା ଅନୁସାରେ ଆସନ୍ତା କାଲି ୧୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେବେ ମନ୍ତ୍ରୀପଦ ଭାଗବଣ୍ଟାକୁ ନେଇ ମେଣ୍ଟରେ ଅସନ୍ତୋଷ ବଢିବାରେ ଲାଗିଛି ।

ଏସପର୍କରେ ଆଲୋଚନା ପାଇଁ କିଛି ସମୟପରେ ଏନସିପି ମୁଖ୍ୟ ଶରଦ ପାଓ୍ଵାର ଉଦ୍ଧବଙ୍କୁ ଭେଟିବେ । କଂଗ୍ରେସ ବାଚସ୍ପତି ପଦ ସହ ୫ଟି ମନ୍ତ୍ରୀପଦ ଚାହୁଁଛି । କିନ୍ତୁ ଏ ନେଇ ଏପର୍ଯ୍ୟନ୍ତ ସହମତି ହୋଇପାରିନାହିଁ । ଏ ସଂପର୍କରେ ଆଲୋଚନା ପାଇଁ ଆଜି ସଂଧ୍ୟାରେ ଅହମ୍ମଦ ପଟେଲ ଓ କଂଗ୍ରେସ ନେତାମାନେ ଉଦ୍ଧବ ଠାକରେଙ୍କୁ ଭେଟିବେ । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ଚଭନ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି । କିନ୍ତୁ ଦଳ ଥୋରାଟଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି । ସେଥିପାଇଁ ତାଙ୍କୁ ରାଜସ୍ଥାନ ପ୍ରଭାରୀ କରାଯାଇଥିଲେ ମଧ୍ୟ ସେ ତାହାକୁ ଗ୍ରହଣ କରିବାକୁ ମନାକରିଦେଇଛନ୍ତି ।

Tags: