“ଅଳପ ରାତିକୁ ସପନ ବେଶୀ” …

Spread the love

ପ୍ରେମ ଏକ ମିଠା ପାପ ଟେ । ହଉ ପଛେ କଣ୍ଟକିତ ପଥ ଚାଲିବାକୁ ଭଲ ଲାଗେ । ହଜିଯିବାକୁ ଇଚ୍ଛା ସେଇ ସପନରେ । ଯେଉଁ ସପନ ଦେଖୁଦେଖୁ ରାତିପାହିଯାଏ ସିନା ସପନ ସରେନି । ପ୍ରେମରେ ଧୂଆଁଳିଆ ରାସ୍ତାରେ ନିଖୋଜ ହେବାର ମଜା କିଛି ନିଆରା । ତା ପ୍ରେମରେ ନିମଗ୍ନ ପୂଜାରୀ ହୋଇ ସାରାଜୀବନ କାଟି ଦେବାକି ଇଚ୍ଛା ହୁଏ ।  ଅବୁଝା ମନଟା ଖାଲି ତା ପାଇଁ ଝୁରି ହୁଏ ।  ସ୍ୱପ୍ନପଛେ ହୁଉ ସେ ଆସୁ, ଆଉ ସେଇ ସପନରେ  ରାତି ସରିଯାଉ …। ଜଣେ ପ୍ରେମୀ ମନର ଏଇ ସବୁ ଅନାବନା  ଭାବନାକୁ ନେଇ ଇ ହାଲଚାଲ ଓଡିଶାବାସୀଙ୍କୁ ଭେଟି ଦେଇଛି “ଅଳପ ରାତିକୁ ସପନ ବେଶୀ”  । ଆଖିକୁ କହିଲେ ଆଖି ଯାଉଛି ରୁଷି, ରାତିକୁ କହିଲେ ରାତି ହଉନି ଖୁସି….ଏକ ସୁନ୍ଦର ରୋମାଣ୍ଟିକ ସଂଗୀତ ।

 ଏହି ଗୀତକୁ ଗାଇଛନ୍ତି  ଓଡିଶାର ସଂଗୀତ ଯାଦୁଗର ହ୍ୟୁମାନ ସାଗର। ଗୀତ ଲେଖିଛନ୍ତି ଭାରତୀ ସାହୁ । ମ୍ୟୁଜିକ ନିର୍ଦ୍ଦେଶନା ଦେଇଛନ୍ତି ଖ୍ୟାତନାମା ନିର୍ଦ୍ଦେଶକ ସୁରେଶ ପଣ୍ଡା । ଏମ୍ ଆରଆର୍ ଷ୍ଟୁଡିଅରେ ଗୀତ ରେକର୍ଡିଂ ହୋଇଥିବା ପ୍ରଯୋଜନା ଦାୟିତ୍ୱ ନେଇଛି ପବିତ୍ର ଇଣ୍ଟରଟେନମେଣ୍ଟ ।  ଖାସକରି ଯୁବପିଢିଙ୍କୁ ଏହି ଗୀତଟି ବେଶ ପସନ୍ଦ ଆସିଛି । ଆପଣବି ଶୁଣନ୍ତୁ ନିଶ୍ଚିତ ଭାବେ ଭାଲ ଲାଗିବ। ବେଶେଷ କରି ଯେତେବେଳେ ଆପଣ କୌଣସି କଥାକୁ ନେଇ ଟେନସନରେ ଅଛନ୍ତି ଏହି ଗୀତ ଆପଣଙ୍କୁ ମାନସିକ ଶାନ୍ତି ଦେବ ବୋଲି ଆଶାକରୁଛୁ ।