ଶୋଇବା ପୂର୍ବରୁ ରୁମରେ ଏକ ତେଜପତ୍ର ଜଳାଇ ଦିଅନ୍ତୁ, ମିଳିବ ଅନେକ ଫାଇଦା

Spread the love

ତେଜପତ୍ର ଏପରି ଏକ ଜିନିଷ ଯାହା ସମସ୍ତଙ୍କ ରୋଷେଇ ଘରେ ମିଳିଥାଏ । ତେଜପତ୍ରକୁ ଏକ ମସଲା ଭଳି ବ୍ୟବହାର କରାଯାଇଥାଏ । ତେଜପତ୍ରରେ ବହୁତ ଔଷଧୀୟ ଗୁଣ ରହିଛି । ଏଥିଲାଗି ତେଜପତ୍ର ଖାଇବା ଦ୍ୱାରା ବହୁତ ଲାଭ ମିଳିଥାଏ । ଆପଣଙ୍କୁ ଆମେ କହିରଖୁଛୁ ଯେ, ରାତ୍ରିରେ ଶୋଇବା ବେଳେ ରୁମରେ ତେଜପତ୍ର ଜାଳିବା ଦ୍ୱାରା କଣ ସୁଫଳ ମିଳେ ।
ରାତ୍ରିରେ ଶୋଇବା ପୂର୍ବରୁ କୌଣସି ଏକ ପାତ୍ରରେ ତେଜପତ୍ର ଜାଳନ୍ତୁ । ଏହାପରେ ରୁମ୍କୁ ୧୫ମିନିଟ୍ ବନ୍ଦ କରିଦିଅନ୍ତୁ । ୧୫ ମିନିଟ ବନ୍ଦ ପରେ କବାଟ ଖୋଲନ୍ତୁ ଓ ରୁମ୍କୁ ପ୍ରବେଶ କଲାବେଳେ ଅନୁଭବ କରିବେ ଯେ ରୁମ୍ରେ ସୁଗନ୍ଧ ହୋଇଥାଏ । ଯାହା ଆପଣଙ୍କୁ ଶୋଇବାରେ ସହାୟତା କରିଥାଏ । ଆହୁରି ମଧ୍ୟ ତେଜପତ୍ରର ଧୂଆଁ ରୁମ୍ରେ ରହିବା ଦ୍ୱାରା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଯାହା ଆମର ମେମରିକୁ ମଜଭୁତ କରାଇଥାଏ । ତେଜପତ୍ର ଖାଇବା ଦ୍ୱାରା ହଜମ ଶୀଘ୍ର ହୋଇଥାଏ । ତେଜପତ୍ର ଧୂଆଁ ମହିଳାଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ତେଜପତ୍ର ଧୂଆଁ ଯଦି ରୁମ୍ରେ ଥାଏ ତାହାଲେ ମଶା ରହିନଥାନ୍ତି । ଜେତପତ୍ର ଜଳାଇବା ଦ୍ୱାରା ଡେଙ୍ଗୁ ଓ ମ୍ୟାଲେରିଆ ଜ୍ୱରରୁ ହୋଇନଥାଏ । ଏଥିଲାଗି ଶୋଇବା ପୂର୍ବରୁ ତେଜପତ୍ର ଧୂଆଁ ନିତ୍ୟାନ୍ତ ଆବଶ୍ୟକ ।

Tags: