ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ କଲା ଟିଏମସି, ବିଜେପି ନିରାଶ

Spread the love

ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ ତୃଣମୂଳ କଂଗ୍ରେସ ବିଜେପିକୁ ଟ୍ରେଲର ଦେଖାଇଛି।  3ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ  ଟିଏମସି କ୍ଲିନ ସୁଇପ କରିଛି।  ଉପ ନିର୍ବାଚନ ହେଉଥିବା 3 ଟି ଆସନ ମଧ୍ୟରୁ ଟିଏମସି ପାଖରେ କେବଳ କରିମପୁର ସିଟ୍‌ ରହିଥିଲା। ସେହିପରି କାଲିଗଞ୍ଜ କଂଗ୍ରେସ ପାଖରେ ଓ ଖାରଗାପୁର ସଦର ବିଜେପି ନିଜ ପାଖରେ ରଖିଥିଲା। ହେଲେ ଟିଏମସି କଂଗ୍ରେସ ଓ ବିଜେପି ଠାରୁ ଗୋଟିଏ ଲେଖାଏ ଆସନ ଛଡ଼ାଇ ଆଣିଛି। କାଲିଗଞ୍ଜ ଆସନରେ ଟିଏମସି ନେତା ତପନ ଦେବ ସିଂହ ତାଙ୍କ ନିଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର କମଲ ଚନ୍ଦ୍ର ସରକାରଙ୍କୁ 2,304 ଖଣ୍ଡ ଭୋଟରେ ହରାଇଛନ୍ତି। ଖାରଗାପୁର ସଦର ଆସନରେ ଟିଏମସି ନେତା ପ୍ରଦୀପ ସରକାର 20,811 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

କରିମପୁର ଆସନରେ ବିଜେପି ଜୋରଦାର ଲଢ଼େଇ କରିଥିଲେ ହେଁ ଟିଏମସିର ବିମଳେନ୍ଦୁ ସିହ୍ନା ରୟ ଏଠାରେ ବାଜିମାତ କରିଛନ୍ତି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ବିଜେପି ତା’ର ଯାଦୁ ଦେଖାଇଛନ୍ତି। ପିଥୋରଗଡ଼ରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପିର ଚନ୍ଦ୍ର ପନ୍ତ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ଉପ ନିର୍ବାଚନରେ ଟିଏମସିର କ୍ଲିନସୁଇପ୍‌ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ ବିଜେପି କ୍ଷମତା ଦଖଲର ଅହଂକାର ଓ ରାଜ୍ୟବାସୀଙ୍କୁ ଅପମାନିତ କରିବାର ପରିଣାମ ଭୋଗିଛି। ଆମେ ଏହି ବିଜୟ ପଶ୍ଚିମବଙ୍ଗବାସୀଙ୍କୁ ଉର୍ତ୍ସଗ କରୁଛୁ। ବିଜେପିର ସମୟ ସରିଯାଇଛି।

Tags: