ରାଜଧାନୀରେ ଚାଞ୍ଚଲ୍ୟ : ଆଇଆରସି ଭିଲେରୁ ଠାବ ହେଲା ପଲିଥିନରେ ବନ୍ଧା ମଣିଷ କଙ୍କାଳ

Spread the love

ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭୁବନେଶ୍ୱରର  ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ମଣିଷର କଙ୍କାଳ ଜବତ ହୋଇଛି। ଶୁକ୍ରବାର ସକାଳେ ଆଇଆରସି ଭିଲେଜ ହାଇସ୍କୁଲ ପଛପଟେ ମଣିଷର କଙ୍କାଳ ପଡିଥିବା ଦେଖିବାକୁ ମିଳଥିଲା। ଏକ ପଲିଥିନରେ କଙ୍କାଳ ଓ ହାଡ ବନ୍ଧାହୋଇ ରହିଥିବା ଜଣାପଡିଛି । ଏବେ ଏହି କଙ୍କାଳକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହି କଙ୍କାଳକୁ ଜବତ କରିଛନ୍ତି । ରାଜଧାନୀରେ ଭିଆଇପି ଏରିଆ ଓ ଏକ ବ୍ୟସ୍ତ ବହୁଳ ଅଞ୍ଚଳ ଭାବେ ପରିଚିତ ଆଇଆରସି ଭିଲେଜରେ ଏହି କଙ୍କାଳ କୁଆଡୁ ଆସିଲା ଏବଂ ସେ କଙ୍କାଳ କାହାର ତାକୁ ନେଇ ଚର୍ଚ୍ଚା । ଉକ୍ତ କଙ୍କାଳ ସେହି ସ୍ଥାନୀୟ କାହାର ନାଁ ବାହରୁ ହତ୍ୟାକରି କେହି ଫିଙ୍ଗିଦେଇଛନ୍ତି  ତାହା ତଦନ୍ତ ପରିସର ଭୁକ୍ତ ।

Tags: