ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଆବେଦନ ଡିସେମ୍ବର ୪କୁ ବୃଦ୍ଧି

Spread the love

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫର୍ମପୂରଣ ଆସନ୍ତା ଡିସେମ୍ବର ୪ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବ୍ଲକ୍ ଶିକ୍ଷାଧିକାରୀ ଓ ସେକେଣ୍ଡାରି ସ୍କୁଲ ମୁଖ୍ୟ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରି ବୋର୍ଡକୁ ପଠାଇବେ। ମେଧାବୃତ୍ତି ‌ଷ୍ଟେଜ୍-୧ ପାଇଁ ପଞ୍ଚମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୫୦%ରୁ ଅଧିକ ନମ୍ବର ରଖିଥିବା ତଥା ଷଷ୍ଠରେ ପଢ଼ୁଥିବା ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ସେହିପରି ଷ୍ଟେଜ୍-୨ ପାଇଁ ସପ୍ତମ ବାର୍ଷିକ ପରୀକ୍ଷାରେ ୫୦%ରୁ ଅଧିକ ନମ୍ବର ରଖିଥିବା ତଥା ନବମରେ ପଢ଼ୁଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଫର୍ମପୂରଣ ଦେୟମୁକ୍ତ ଓ କେବଳ ଓଡ଼ିଆ ମାଧ୍ୟମ ପରୀକ୍ଷାର୍ଥୀ ପାଇଁ ଉଦ୍ଦିଷ୍ଟ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, ପୂର୍ବରୁ ଫର୍ମପୂରଣ ସମୟସୀମା ନଭେମ୍ବର ୮ରୁ ୨୯ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ରହିଥିଲା। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏହାର ସମୟ ସୀମା ବୃଦ୍ଧି କରାଯାଇଛି।।

Tags: