ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭୟରେ ଆଗୁଆ ବିଧାନସଭା ବନ୍ଦ- କଂଗ୍ରେସ

Spread the love

ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ହାଇଦ୍ରାବାଦ ରୋଡ-ଶୋ ରେ ସରକାରଙ୍କ ଟଙ୍କାରେ ମହିଳା ବନ୍ଧୁମାନଙ୍କୁ ଆତିଥ୍ୟ ପ୍ରଦାନ କରିବା ଘଟଣାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି । ଏହି ଘଟଣାକୁ ନେଇ ବିରୋଧୀ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ଏବେ ପାଳି ଧରିଛି । ମହିଳା ବନ୍ଧୁଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ଓ ଆଗୁଆ ଅଧିବେଶନ ଶେଷ କରିବା ବିରୋଧୀଙ୍କୁ  ଟାର୍ଗେଟ କରିବାକୁ  ଖୋରାକ ଯୋଗାଇଛି ।

ଗତ 4 ତାରିଖରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ରୋଡ଼ ସୋ ପାଇଁ ହାଇଦ୍ରାବାଦ ଯାଇଥିଲେ । ହେଲେ ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଖର୍ଚ୍ଚ କରାଯାଇ ନାହିଁ । ବିଧାନସଭାରେ ଏହି ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ I ମନ୍ତ୍ରୀ ସରକାରୀ ଗସ୍ତରେ ତାଜତୃଷ୍ନା 5ଷ୍ଟାର ହୋଟେଲର ଆତିଥ୍ୟରେ କାହିଁକି ବେସରକାରୀ କମ୍ପାନୀ ଖର୍ଛ କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଅନୁମତି ନେଇଥିଲେ କି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ? 5T ର କଥା କହୁଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣା ରେ ସ୍ପଷ୍ଟୀକରଣ ଦିଅନ୍ତୁ  ବୋଲି କଂଗ୍ରେସ ସାମ୍ବାଦିକ ସମ୍ମଳନୀରେ କହିଛି।

Tags: