ନିଜର କର୍ମ ପ୍ରତି ନିଷ୍ଠାଥିଲେ କୌଣସି କାମ ଅସଫଳ ହୁଏନି । ଅପରାଧୀକୁ ଧରିବା ପାଇଁ ପୁଲିସ ବିଭିନ୍ନ ଉପାୟ ଚିନ୍ତା କରେ । ତେବେ ମଧ୍ୟପ୍ରଦେଶର ଜଣେ ମହିଳା ପୁଲିସ୍ ଜଣେ ମୋଷ୍ଟ୍ ୱାଣ୍ଟେଡ୍ ଅପରାଧୀଙ୍କୁ ଗିରଫ କରିବା ପାଇଁ ତାଙ୍କ ପ୍ରେମିକା ସାଜିଥିଲେ । ମଧ୍ୟପ୍ରଦେଶ ପୁଲିସ୍ ଗୁରୁବାର ଛତରପୁରଠାରୁ 16 ଟି ଅପରାଧିକ ମାମଲା ଥିବା ଜଣେ ହାର୍ଡ କୋର୍ ଅପରାଧିକୁ କିପରି ଧରିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟାରୁ ନେଇ ନକଲି ବିବାହ ଅଭିଯୋଗ ଆଦି ପୂର୍ବରୁ ରହିଥିବା ବେଳେ ଶେଷରେ ପୁଲିସ୍ ଚାଲାକି ଆଗରେ ସେ ଧରାପଡ଼ିଛି। ସୂଚନା ରହିଛି ଯେ ଉତ୍ତରପ୍ରଦେଶର ମହୁବା ଜିଲ୍ଲାର ବାଲକିଷନ ନାମକ ଏହି ମୋଷ୍ଟ୍ ୱାଣ୍ଟେଡ ଯୁବକଙ୍କ ମୁଣ୍ଡରେ 10 ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଚଳିତବଷର୍ ଅଗଷ୍ଟରେ ବାଲକିଷନ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମଧ୍ୟପଦେଶ ପୁଳିସ୍ ତାଙ୍କୁ ଧରିବା ପାଇଁ ବହୁବାର ଚେଷ୍ଟା କରିବା ସତ୍ତ୍ବେ ବାରବାର ସେ ଖସି ଚାଲି ଯାଉଥିଲା। ପୁଲିସ୍କୁ ଜାଣିବାକୁ ମିଳିଲା ଯେ ବ୍ୟକ୍ତି ଜଣକ ବିବାହ ପାଇଁ ନିଜ ପାଇଁ ଏକ କନ୍ୟା ଖୋଜୁଛି। ପୁଲିସ୍ ଏକଥା ଜାଣିବା ପରେ ଜଣେ ମହିଳା ପୁଲିସ୍ଙ୍କୁ ବ୍ୟକ୍ତି ଜଣକୁ ନିଜ ଫାଶରେ ପକାଇବା ପାଇଁ ଯୋଜନା କରିଥିଲା।