ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲା: ୩ ପୋଲିସ ନିଲମ୍ବିତ

Spread the love

ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଶନିବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲା ରୁଜୁ କରିବାରେ ବିଳମ୍ବ କରିଥିବା ୩ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ମହିଳା ଡାକ୍ତରଙ୍କ ନିଖୋଜ ସମ୍ପର୍କରେ ପରିବାର ପକ୍ଷରୁ ବୁଧବାର ରାତିରେ ପୋଲିସରେ ଏତଲା ଦିଆଯାଇଥିଲେ ହେଁ ସେମାନେ ମାମଲା ଦାଏର କରିବାରେ ଅଯଥା ବିଳମ୍ବ କରିବାରୁ ମୂଲ୍ୟବାନ ସମୟ ଅପଚୟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମହିଳା ଡାକ୍ତରଙ୍କ ଜୀବନ ବଞ୍ଚତ୍ପାରିଥାନ୍ତା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ସାଇବରାବାଦ ଥାନାର ଏସ୍‌ଆଇ ଏମ. ରବିକୁମାର, ହେଡ୍‌ କନ୍‌ଷ୍ଟେବଲ ପି, ବେଣୁଗୋପାଳ ରେଡ୍ଡୀ ଏବଂ ଏ. ସତ୍ୟନାରାୟଣ ଗୌଡ଼।

Tags: