ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଦେଲେ ଅମିତ ଶାହା

Spread the love

ଝାରଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଅମିତ ଶାହା।  କଂଗ୍ରେସର  55 ବର୍ଷର ଶାସନ ଏବଂ ଏବଂ ଆମର 5 ବର୍ଷର ଶାସନର ହିସାବ ଧରି ମଇଦାନକୁ ଓହ୍ଲାଅ ବୋଲି ଶାହା କହିଛନ୍ତି।  ଅମିତ ଶାହା କହିଛନ୍ତି ଯେ, ଦେଶରୁ ଅନୁପ୍ରବେଶକାରୀ ଯିବା ଉଚିତ୍ କି ନାହିଁ ଆପଣ କୁହନ୍ତୁ। କଂଗ୍ରେସ ସରକାର କହୁଛନ୍ତି ଏନଆରସି ଆଣ ନାହିଁ। ଅନୁପ୍ରବେଶକାରୀଙ୍କୁ ବାହାର କର ନାହିଁ। ତେଣୁ ରାହୁଲ ବାବା ଆପଣ ଯାହା କହିବାର ଅଛି କୁହନ୍ତୁ କିନ୍ତୁ ଏବେ ବିଜେପି ସରକାର ତଥା ମୋଦୀ ସରକାର ସମ୍ପୂର୍ଣ୍ଣ ଦେଶରେ ଏନଆରସି ଲାଗୁ କରିବ ଓ ଅନୁପ୍ରବେଶକାରୀଙ୍କୁ ବାଛି ବାଛି ବାହାର କରିବ। 

ଶାହା ପୁଣି କହିଛନ୍ତି ଯେ, ଆଜି ରାହୁଲ ଗାନ୍ଧୀ ଏଠାରେ ଅଛନ୍ତି। ମୁଁ ତାଙ୍କୁ ଚ୍ୟାଲେଞ୍ଜ ଦେଉଛି, ରାହୁଲ ବାବା ଆପଣ 55 ବର୍ଷ ଶାସନର ହିସାବ ଧରି ଆମ 5  ବର୍ଷର ଶାସନ ସହ ହିସାବ କରିବାକୁ ମଇଦାନକୁ ଓହ୍ଲାନ୍ତୁ। କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା ବିପକ୍ଷର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ଝାରଖଣ୍ଡର ମୁକ୍ତି ମୋର୍ଚା ନେତା ହେମନ୍ତ ସୋରେନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

Tags: