latest

କଂଗ୍ରେସର ପିଆଜ ରାଜନୀତି, କିଲୋ 40 ଟଙ୍କାରେ ବିକିଲା

Spread the News

ରାଜ୍ୟରେ ପିଆଜ ଦର ଏବେ ଆକାଶ ଛୁଆଁ। ଏହାକୁ ନେଇ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ଅଭିନବ ଉପାୟରେ ପ୍ରତିବାଦ କରୁଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ଅଢେଇଶ ଗ୍ରାମ ପିଆଜକୁ 10 ଟଙ୍କାରେ ବିକ୍ରି କରୁଛି।  ପିଆଜର ଚଡା ଦରକୁ ବିରୋଧ କରି ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ଅଭିନବ ପ୍ରତିବାଦ କରିଛି। ମାଷ୍ଟରକ୍ୟାଣ୍ଟିନ୍ ଛକରେ କଂଗ୍ରେସ ଭବନ ବାହାରେ ପିଆଜ କିଲୋ ପିଛା 40 ଟଙ୍କା ଦରରେ ବିକ୍ରି କରିଛି। ଗ୍ରାହକ ପିଛା ଅଢେଇ ଶହ ଗ୍ରାମ ପିଆଜକୁ10 ଟଙ୍କାରେ ବୁିକ୍ରି କରାଯାଉଛି। ରାଜ୍ୟ ସରକାରଙ୍କୁ ବିରୋଧ କରି କଂଗ୍ରେସ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛି।

Tags: