7ରେ ଓଡଶା ଆସିବେ ରାଷ୍ଟ୍ରପତି

Spread the love

ଆସନ୍ତା 7 ରେ ଓଡ଼ିଶା ଆସିବେ ରାଷ୍ଟପତି ରାମନାଥ କୋବିନ୍ଦ ।  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ପାଇଁ ପୋଲିସ ବିଭାଗର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆଜି ଡିଜିପି ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ ବସିଥିଲା । ରାଷ୍ଟ୍ରପତି ଆସନ୍ତା 7 ତାରିଖରେ ଓଡ଼ିଶାରେ ପହଂଚିବେ । ସେ 8 ତାରିଖ ସକାଳେ ସେ ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳକୁ ଯିବେ । ଖୋର୍ଦ୍ଧାରୁ ଫେରି ବାଣୀବିହାର ପ୍ଲାଟିନମ ଜୁବଲୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ସେ ନିଜର ଦୀକ୍ଷାନ୍ତ ଭାଷଣ ରଖିବେ । ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ 8 ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରୁ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି । ତେଣୁ ତାଙ୍କ ସୁରକ୍ଷା ପାଇଁ 50 ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ୱରେ ରହିବେ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସୁରକ୍ଷା ପାଇଁ 50 ପ୍ଲାଟୁନ ଫୋସ ଦାୟିତ୍ୱରେ ରହିବେ ।

Tags: