ପୁଅ ବାହାଘରରେ ୯୦ ଲକ୍ଷଟଙ୍କା ଉଡାଇଲେ ପରିବାର ବର୍ଗ

Spread the love

ଗୁଜୁରାଟ ଜାମ୍‍ନଗରରେ ହୋଇଥିବା ଏକ ବାହାଘର ଏବେ ବେଶ୍‍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁପାଲଟିଛି । କାରଣ ପୁଅ ବାହାଘରରେ ପରିବାର ବର୍ଗ ଏକ ଲକ୍ଷ ନୁହେଁ କି ଦୁଇ ଲକ୍ଷନୁହେଁ ବରଂ ୯୦ ଲକ୍ଷ ଟଙ୍କା ଉଡାଇଛନ୍ତି । ଏହି ବିବାହ ଯେତିକି ଚର୍ଚ୍ଚାର ବିଷୟହୋଇଛି ତାଠାରୁ ବେଶି ଚର୍ଚ୍ଚା ହେଉଛି ପରିବାରବର୍ଗଙ୍କ ଲାଗି ।ସୂଚନା ଥାଉ ଯେ, ଜାମ୍‍ନଗରର ଚେଲା ଗ୍ରାମର ଋଷିରାଜ ଜାଡ଼େଜାଙ୍କ ବିବାହବେଶ୍‍ ଧୂମ୍‍ଧାମ୍‍ରେ ଆୟୋଜନ କରିଥିଲେ ପରିବାର ବର୍ଗ । ତେବେ ଏହିବିବାହରେ ଖର୍ଚ୍ଚ ହୋଇଥିବା ରାଶିକୁ ଜାଡ଼େଜା ପରିବାର ଏହାର ଆଖପାଖରପାଞ୍ଚୋଟି ଗ୍ରାମର ଗୁହାଳକୁ ଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।ଶନିବାର ବିବାହର ଭିଡିଓ ପଦାକୁ ଆସିବା କ୍ଷଣି ସୋଶିଆଲ ମିଡ଼ିଆରେଭାଇରାଲ ହୋଇଛି । ବର ଋଷିରାଜ ଜାଡେଜା ହେଲିକପ୍ଟର ମାଧ୍ୟମରେକନ୍ୟାକୁ ନିଜର କୁଣ୍ଡଳ ଗ୍ରାମକୁ ଆଣିଥିଲେ । ବଡ଼ ଭାଈ ଯଶପାଲନବଦମ୍ପତ୍ତିଙ୍କୁ ବିବାହ ଭେଟିରେ ଏକ କୋଟି ଟଙ୍କାର କାର ଉପହାରଦେଇଛନ୍ତି

Tags: