ପ୍ରିୟଙ୍କା ଙ୍କ ପାଇଁ ନିର୍ଭୟାଙ୍କ ମା କହିଲେ ଏମିତି

Spread the love

ହାଇଦ୍ରାବଦର ପ୍ରିୟଙ୍କାଙ୍କ ପାଇଁ ସାରା ଭାରତ ଦୁଃଖ ପ୍ରକାଶ କରୁଛି। ସେହିପରି ନିର୍ଭୟା ଗଣବଳାତ୍କାର ମାମଲାରେ ଦିଲ୍ଲୀ ସରକାର ଦୋଷୀଙ୍କ ଦୟା ଯାଚିକା ଖାରଜ କରିବା ପାଇଁ ସୁପାରିଶ କରିଛନ୍ତି। କେଜରିୱାଲ ସରକାରଙ୍କ ଏହି ସୁପାରିଶ ପରେ ନିର୍ଭୟା ପୀଡିତାଙ୍କ ମା ଖୁସୀ ଅଛନ୍ତି। ସେ ଏହାକୁ ସରକାରଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଛନ୍ତି। ନିର୍ଭୟା ପୀଡିତାଙ୍କ ମା ଆସା ଦେବୀ କହିଛନ୍ତି ଯେ, ଯାଚିକା ଖାରଜ କରିବାକୁ ଦିଲ୍ଲୀ ସରକାରଙ୍କ ସୁପାରିଶକୁ ମୁଁ ସ୍ଵାଗତ କରୁଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦିଆଯିବ ବୋଲି ମୁଁ ଆସା ରଖିଛି।

ଏହି ସମୟରେ ସେ ହାଇଦ୍ରାବାଦର ପଶୁ ଚିକିତ୍ସକଙ୍କ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ଏକ ବର୍ବର କାଣ୍ଡ ବୋଲି କହିଛନ୍ତି। ଏନେଇ ସେ କହିଛନ୍ତି ଯେ, ନ୍ୟାୟ ପାଇଁ ଆମେ 7 ବର୍ଷ ଅପେକ୍ଷା କରିଛୁ ଆମ ଭଳି ସେମାନଙ୍କୁ ମଧ୍ୟ ଅପେକ୍ଷା କରିବାକୁ ନପଡୁ। ପୀଡିତାଙ୍କ ପରିବାରକୁ ଖୁବ୍ ଶୀଘ୍ର ନ୍ୟାୟ ମିଳୁ। ଏଭଳି ଘଟଣା ବାରମ୍ବାର ଯେପରି ନହୁଏ ସେଥିପ୍ରତି ପ୍ରଶାସନକୁ ଦୃଷ୍ଟି ଦେବା ଉଚିତ୍। ନିର୍ଭୟା ପୀଡିତାଙ୍କ ମା ଏହା ମଧ୍ୟ କହିଛନ୍ତି ଯେ, ନିର୍ଭୟା ପରେ ହଇଦ୍ରାବାଦର ଝିଅ ପାଇଁ ମୁଁ ଲଢେଇ କରିବି। ସେ ହାଇଦ୍ରାବଦ ଯିବାକୁ ମଧ୍ୟ ଚିନ୍ତା କରୁଛନ୍ତି। ହାଇଦ୍ରାବାଦ ସରକାର ଖୁବ୍ ଶୀଘ୍ର ପୀଡିତାଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ମଧ୍ୟ ସେ ଦାବି କରିଛନ୍ତି।

Tags: