ବଳାତ୍କାରୀଙ୍କୁ ଲୋକଙ୍କ ହାତରେ ଟେକିଦିଅ – ଜୟା

Spread the love

ହାଇଦ୍ରାବାଦର ମହିଳା ପଶୁ ଡାକ୍ତରାଣୀଙ୍କ ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ଆଜି ସରଗରମ ରହିଛି ସଂସଦ ଭବନ। ଏହି ମାମଲାରେ ରାଜ୍ୟସଭାରେ 2 ଜଣ ସାଂସଦ କଡା ଟିପ୍ପଣୀ ରଖିଛନ୍ତି। ଏପରିକି ଏସପି ସାଂସଦ ଜୟା ବଚ୍ଚନ ଦୋଷୀଙ୍କୁ ଲୋକମାନଙ୍କ ହାତରେ ଟେକି ଦେବାକୁ କହିଛନ୍ତି। ରାଜ୍ୟସଭାରେ ଚର୍ଚ୍ଚା ସମୟରେ ଜୟା ବଚ୍ଚନ କହିଛନ୍ତି ଯେ, ବଳାତ୍କାରୀଙ୍କୁ ବାହାରକୁ ଆଣିବା ଉଚିତ୍। ସେମାନଙ୍କୁ ଲୋକମାନଙ୍କ ହାତରେ ଦେଇ ଦେବା ଉଚିତ୍। ସେହିପରି ଏଆଇଡିଏମକେର ସାଂସଦ ବିଜିଲା ସତ୍ୟାନନ୍ଦ ଦୋଷୀଙ୍କୁ ଡିସେମ୍ବର 31 ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି। 

ନଭେମ୍ଵର 27ରେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରାତ୍ରୀ 9ଟା 35ରୁ 10ଟା ମଧ୍ୟରେ 27 ବର୍ଷୀୟା ମହିଳା ଡାକ୍ତରାଣୀଙ୍କୁ ୪ ଜଣ ଯୁବକ ଗଣବଳାତ୍କାର କରି ତାଙ୍କୁ ଜିଅନ୍ତା ଜଳାଇ ଦେଇଥିଲେ। ଏହାକୁ ନେଇ ଆଜି ସଂସଦ ଭବନ ହୁଲୁସ୍ତୁଲୁ ହୋଇଛି। ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହାଇଦ୍ରାବାଦ ଘଟଣାକୁ ଅମାନବୀୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବଳାତ୍କାର ମାମଲାରେ ସମସ୍ତ ଦଳର ସଦସ୍ୟ ଯେତିକି କଠୋର ହେବାକୁ ଚାହୁଁଛନ୍ତି ସରକାର ସେଥିପାଇଁ ପ୍ରସ୍ତୁତ। ସେ ଲୋକସଭାର ଅଧ୍ୟକ୍ଷ ଓମ୍ ବିଡଲାଙ୍କୁ କହିଛନ୍ତି ଯେ, ସରକାର ସମସ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି।

ଏଥିପାଇଁ ସମସ୍ତଙ୍କ ସମ୍ମତି କ୍ରମେ ଯେଉଁ କଠୋରତମ କାନୁନ ତିଆରି କରିବାକୁ କୁହାଯିବ ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ। ରାଜନାଥ ସିଂହ କହିଛନ୍ତି ଯେ, ହାଇଦ୍ରାବାଦରେ ଯେଉଁ ଘଟଣା ଘଟିଛି ଏହାଠାରୁ ଅନ୍ୟ କୌଣସି ଅମାନବୀୟ ଘଟଣା ଆଉ କିଛି ହୋଇ ନପାରେ। ସଂସଦରେ ସମସ୍ତ ଦଳର ନେତାମାନେ ମଧ୍ୟ ବଳାତ୍କାରୀଙ୍କୁ କଠିନରୁ କଠିନ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି। ସେହି ପରି ଏହି ଘଟଣାରେ ଚର୍ଚ୍ଚା ସମୟରେ ଜୟା ବଚ୍ଚନ ତାଙ୍କ ବାବନା ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେ କହିଛନ୍ତି ଯେ, ଆମେ ବହୁ ଥର ଏପରି ମାମଲାରେ ଚର୍ଚ୍ଚା କରିଛୁ। ହାଇଦ୍ରାବାଦ ହେଲା, ନିର୍ଭୟା ହେଲା, କଠୁଆ ହେଲା।

Tags: