କୁଆଡେ ଗଲେ ମନ୍ଦିର, ମସଜିଦ ବାଲା- ପ୍ରିୟଙ୍କାକୁ ନ୍ୟାୟ ଦେବେ ତ ?

Spread the love

ମରିଗଲାଣି ମଣିଷ ପଣିଆ କିନ୍ତୁ ମଣିଷ ବଞ୍ଚିଛି । ମରି ଗଲେଣି କେତେ ନାରୀ ହେଲେ ନାରୀର ଦେହକୁ ଝୁଣିଝୁଣି ଖାଉଥିବା ସେଇ ରାକ୍ଷସ ବଞ୍ଚିଛନ୍ତି । ପ୍ରତିଦିନ ଦ୍ରୌପଦୀକୁ ନିବସ୍ତ୍ର କରାଯାଉଛି ,କିନ୍ତୁ  ଦୁଃଶାସନ ଆଜି ବଞ୍ଚିଛି । ଏ ପ୍ରଶ୍ନ  କେବଳ ଆଜି ନୁହେଁ ବହୁକାଳରୁ ପୁରୁଷ ସମାଜ ପ୍ରତି ଓ ପ୍ରଶାସନ ପ୍ରତି ନାରୀ ସମାଜ ପଚାରି ଆସିଛି । ରାଜନୀତି ପାଇଁ ଚିତ୍କାର କରୁଥିବା ନେତାଏ କୁଆଡେ ଗଲେ । ମନ୍ଦିର ପାଇଁ ଓ ମସଜିଦ ପାଇଁ ବଡବଡ ବାକ୍ୟ କହୁଥିବା ଭଦ୍ରଲୋକମାନେ କୁଆଡେ ଗଲେ । ପଶୁଭଳି ଜଣେ ନାରୀ ଶରୀରକୁ ଝୁଣିଝୁଣି ଖାଇଥିବା ରାକ୍ଷକୁ ଆଜି ବଞ୍ଚିଛି । ଆଉ ନିଶ୍ୱାସ ବି ନେଉଛି । ଶାସ୍ତି କେବେ ଦିଆଯିବ । ପ୍ରୟଙ୍କାକୁ କେବେ ନାୟ ମିଳିବ । ଆଜି ବି ନିର୍ଭୟା ହତ୍ୟାରିମାନେ ବଞ୍ଚିଛନ୍ତି । କଣ ଏମାନେ ବି ବଞ୍ଚିଯିବେ ।  ନ୍ୟାୟ ମୂର୍ତ୍ତି ସିନା ଆଖିରେ ଅନ୍ଧପୁଟୁଳି ବାନ୍ଧିଛନ୍ତି କିନ୍ତୁ ନ୍ୟାୟଧିଶଙ୍କ ଆଖି ସବୁ ଦେଖୁଛି । ତାଙ୍କ ହାତକୁ କିଏ ଅଟକାଇଛି । ଗଣମାଧ୍ୟମ ଆଉ କେତେ ଚିତ୍କାର କରିବ ।

Tags: