latest

୧୦୦ଦିନ ପର୍ଯ୍ୟନ୍ତ ପ୍ରତି ରାତି ୯ ଘଣ୍ଟା ଶୋଇଲେ ମିଳିବ ଲକ୍ଷେ ଟଙ୍କା

Spread the love

କେବେ ଆପଣ ଭାବିଛନ୍ତି ଯେ, କୌଣସି କମ୍ପାନୀ ଶୋଇବା ପାଇଁ ଦରମା ଦିଏ ? ବାଙ୍ଗାଲୋରର ଏକଅନ୍‍ଲାଇନ୍‍ ଫାର୍ମ ୱେକ୍‍ଫିଟ୍‍ ପକ୍ଷରୁ କୁହାଯାଇଛି ଯେ, ୧୦୦ଦିନ ପର୍ଯ୍ୟନ୍ତ ପ୍ରତି ରାତିରେ ୯ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କୁ ଆମେ ଏକ ଲକ୍ଷ ଟଙ୍କା ଦେବୁ । ମିଡିଆ ରିପୋର୍ଟ ଅନୁସାରେ ଅନଲାଇନ୍‍ ସ୍ଳିପ୍‍ସଲ୍ୟୁସନ୍‍ ଫାର୍ମ ନିଜର ଏହି ପ୍ରୋଗ୍ରାମର ନାମ ଦେଇଛି ୱେକ୍‍ଫିଟ୍‍ ସ୍ଲିପ୍‍ ଇଣ୍ଟର୍ଣ୍ଣସିପ୍‍ । ରିପୋର୍ଟ ଅନୁସାରେ କମ୍ପାନୀର ନିର୍ଦ୍ଦେଶକ ଚୈତନ୍ୟ ରାମଲିଙ୍ଗ ଗୌଡ଼ା କହିଛନ୍ତି ଯେ, ଆମର ପ୍ରଥମ ଚେଷ୍ଟା ହେଉଛି ଯେ, ଲୋକଙ୍କୁ ଶୋଇବା ପାଇଁ ପ୍ରେରତିକରିବା । ମନୋନୀତ ହୋଇଥିବା ଲୋକେ ୧୦୦ ଦିନ ପର୍ଯ୍ୟନ୍ତ ପ୍ରତି ରାତିରେ ୯ ଘଣ୍ଟା ଶୋଇବେ । କମ୍ପାନୀ ଶୋଇବା ପାଇଁ ଗଦିଦେବେ । ଏଥିସହ ସେମାନେ ସ୍ଲିପ୍‍ଟ୍ରାକର ଏବଂ ବିଶେଷଜ୍ଞଙ୍କ ସହକାଉନସିଲିଂ ଶେସନ୍‍ରେ ଭାଗନେବେ । ଯେଉଁ ଲୋକେ ଏହି ପ୍ରୋଗ୍ରାମ ପାଇଁ ବଛାଯିବେ ସେମାନଙ୍କୁ କମ୍ପାନୀକୁ ଏକ ଭିଡିଓ ପଠାଇବାକୁ ହେବ । ଯେଉଁଥିରେ ସେମାନେ ଉଲ୍ଲେଖ କରିବେ ଯେ, ନିଦ ଯୋଗୁ ସେମାନଙ୍କୁ କିପରି ଲାଗୁଛି । ସେମାନଙ୍କୁ ଦିଆଯାଇଥିବା ଗଦି ମାଧ୍ୟମରେ ଜଣାପଡିବ ସେମାନେ କେତେବେଳେ ଶୋଇଲେ, କେତେବେଳେ ଉଠିଲେ ।

Tags: