latest

ବିକ୍ରମ ଲ୍ୟାଣ୍ଡର ଠାବକଲା ନାସା

Spread the love

 ଚନ୍ଦ୍ରଯାନ-୨ ବିକ୍ରମ ଲ୍ୟାଣ୍ଡରକୁ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ଖୋଜି ବାହାର କରିଛି । ନାସା ଆଜି ସକାଳେ ଲୁନାର ରିକନ୍ସେନ୍ସ ଅର୍ବିଟରରୁ ଏକ ଫଟୋ ଉତ୍ତୋଳନ କରିଛି। ଯେଉଁ ଫଟୋରେ ଲ୍ୟାଣ୍ଡର ବିକ୍ରମ ପ୍ରଭାବିତ ସ୍ଥାନ ଦେଖାଯାଉଛି । ବିକ୍ରମର ଫଟୋ ଉତ୍ତୋଳନ ପରେ ନାସା ଏହି ସୂଚନା ଦେଇଛି।

ନାସା ଦ୍ଵାରା ଉତ୍ତୋଳନ କରାଯାଇଥିବା ଫଟୋରେ ନୀଳ ଏବଂ ହଳଦିଆ ବିନ୍ଦୁ ସାହାଯ୍ୟରେ ବିକ୍ରମ ଲ୍ୟାଣ୍ଡର ପଡିଥିବା ସ୍ଥାନ ଦେଖାଯାଇଛି । ଏନେଇ ନାସା କହିଛି ଯେ, ସେପ୍ଟେମ୍ଵର 26ରେ କ୍ରାସ୍ ସାଇଟର ଏକ ଫଟୋ ଜାରି କରାଯାଇ ଲୋକମାନଙ୍କୁ ସଙ୍କେତ ମାଧ୍ୟମରେ ବିକ୍ରମ ପଡିଥିବା ସ୍ଥାନକୁ ଖୋଜିବା ପାଇଁ ଆହ୍ଵାନ କରାଯାଇଥିଲା । ଏହାପରେ ସୁଭ୍ରମଣ୍ୟମ ନାମକ ଜଣେ ବ୍ୟକ୍ତି ଲ୍ୟାଣ୍ଡର ପଡିଥିବା ସ୍ଥାନକୁ ଚିହ୍ନଟ କରିଥିଲେ ଓ ଏଲଆରଓ ସହ ସମ୍ପର୍କ କରିଥିଲେ। ଏହାପରେ ଏଲଆରଓର ଟିମ୍ ଲ୍ୟାଣ୍ଡର ପଡିଥିବା ସାଇଟକୁ ଚିହ୍ନଟ କରିବା ପାଇଁ ସଫଳ ହୋଇଥିଲା। ଶନମୁଗା କ୍ରାସ୍ ସାଇଟର ଉତ୍ତର ପଶ୍ଚିମରେ ପାଖାପାଖି 750 ମିଟର ଦୂରରୁ ଚିହ୍ନଟ କରିଥିଲା। ଏହା ପ୍ରଥମେ ମୋଜେକର ସ୍ପଷ୍ଟ ଫଟୋ ଦେଇଥିଲା।

Tags: