latest

ଜଣେ ବିଡିଓ ଏବଂ ଦୁଇ ଜଣ ସରପଞ୍ଚ ନିଲମ୍ବିତ

Spread the love

ଜଣେ ବିଡିଓ ଏବଂ ଦୁଇ ଜଣ ସରପଂଚଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବନ କରିଛନ୍ତି । ଏ ନେଇ ଗଣ ମାଧ୍ୟମକୁ ସୂଚନା ଦେଇ ପଞ୍ଚାୟତିିରାଜ , ପାନୀୟଜଳ, ଆଇନ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସେ  କହିଛନ୍ତି ଯେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଡିଓ ରବୀଦ୍ର କୁମାର ଶତପଥୀ , ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକ କେଦାରପୁର ଜିପି ସରପଂଚ ଅଭିମନ୍ୟୁ ଜେନା ଏବଂ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡା ଜିପି ସରପଞ୍ଚ ଉସାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି ।

ବିଡିଓ ଶ୍ରୀ ଶତପଥୀଙ୍କୁ ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ତରଫରୁ ପିଏମ୍ଏୱାଇ ସମ୍ପର୍କରେ ଜାରି ମାର୍ଗଦର୍ଶିକା ପାଳନ ନକରିବା ଏବଂ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ନିଲମ୍ବନ କରାଯାଇଛି । ସେହିପରି ସରପଞ୍ଚ ଶ୍ରୀ ଉସାନ୍ତ ସାହୁ ବେଆଇନ ଆୟବହିର୍ଭୁତ ସମ୍ପତି ଠୁଳ କରିବା ଏବଂ ସରପଞ୍ଚ ଶ୍ରୀ ଅଭିମନ୍ୟୁ ଜେନା ଆର୍ଥିକ ଅନିୟମିତତା ନିମନ୍ତେ ନିଲମ୍ବନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

Tags: