ମନ୍ତ୍ରୀଙ୍କ ଇସ୍ତଫା ଦାବି, ଘର ଉପରକୁ ଟମାଟୋ ମାଡ

Spread the love

ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ  ଛାତ୍ର କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇ ବିରୋଧ କରିବା ସହ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ କରିଛି । ଏହାସହ ଗୃହରାଜ୍ୟ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବି କରିଛି ଯୁବ କଂଗ୍ରେସ । ଆଜି ରାଜ୍ୟ ଯୁବ କଂଗ୍ରେସର କର୍ମୀମାନେ ଏହା ବିରୋଧରେ ପ୍ରତିବାଦ କରି ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ପୁରୀ ଗଣଦୁଷ୍କର୍ମ ପ୍ରତିବାଦରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନକୁ ଯୁବ କଂଗ୍ରେସର ଟମାଟୋ ମାଡ଼ କରିଛି । ଯୁବ କଂଗ୍ରେସକର୍ମୀଙ୍କ ଅଭିଯୋଗ ଅନୁସାରେ ବିଭାଗୀୟ ମନ୍ତ୍ରୀ ପୀଡିତାଙ୍କୁ ଭେଟିବା ପରିବର୍ତ୍ତେ ନିଜର ସରକାରୀ କାର୍ଯ୍ୟରେ ବୁଲୁଛନ୍ତି ।  ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ତୁରନ୍ତ ଇସ୍ତଫା ଦାବି କରିଛି ଯୁବ କଂଗ୍ରେସ ।  ବିରୋଧ ପ୍ରଦର୍ଶନ କରୁଥିବା କିଛି ଯୁବ କଂଗ୍ରେସର କର୍ମୀଙ୍କୁ ପୁଲିସ ଅଟକ ରଖିଛି । 

ଦୁଇ ଦିନ ତଳେ ପୁରୀ ଜିଲ୍ଲାରେ ନାବାଳିକା ସହ ହୋଇଥିବା ଗଣ ବଳାତ୍କାର ଏବଂ ଏଥିରେ ଜଣେ ପୁଲିସକର୍ମୀ ସାମିଲ ରହିବା ଲୋକଙ୍କ ମନରେ ଏକ ପ୍ରକାଶର ଆକ୍ରୋଶର ନିଆଁ ଜଳାଇଛି । ବିରୋଧୀ ବିଜେପି ଏବଂ କଂଗ୍ରେସ ମଧ୍ୟ ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

 

Tags: