latest

ସିଏମ ହେବତ ଏମିତି, ହାଇଦ୍ରାବାଦ ଘଟଣାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଲେ ଏମିତି କଥା, ସମସ୍ତେ କହୁଛନ୍ତି ବାହାଃ ବାହାଃ

Spread the love

ହାଇଦ୍ରାବାଦ ମହିଳା ଡାକ୍ଟରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାପରେ ସାରା ଦେଶରେ ଏହାକୁ ନିନ୍ଦା କରାଯାଉଛି।  ଦେଶର କାନୁନ ବ୍ୟବସ୍ଥାକୁ ନେଇ  କେଉଁଠି କ୍ୟାଣ୍ଡଲ ଶୋଭାଯାତ୍ରା ହେଉଛି ତେ କେଉଁଠି ବୟାନବାଜି ଲାଗିରହିଛି । ଏହି ଘଟଣାପରେ ସାରା ଦେଶରେ କାନୁନ ଓ ଦଣ୍ଡ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହା ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅରମିନ୍ଦର ସିଂହ ଏକ ବଡ ଘୋଷଣା କରିଛନ୍ତି । ତାଙ୍କର ଏହି ଘୋଷଣାକୁ ସମସ୍ତେ ପସନ୍ଦ କରୁଛନ୍ତି । ସଂସଦରେ ହାଇଦ୍ରାବାଦ ଘଟଣାକୁ ନେଇ ବହୁତ ଚର୍ଚ୍ଚା ହେଉଛି । ସପା  ସଂସଦ ଜୟା ବଚ୍ଚନ ସଂସଦରେ କହିଥିଲେ ଦୋଷୀମାନଙ୍କୁ ସାଧାରଣ ଜନତାଙ୍କୁ ସମର୍ପଣ କରାଯାଉ । ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନିନ୍ଦା କରିବା ସହ କଠୋର ଦଣ୍ଡ ପାଇଁ କହିଥିଲେ । ରାହୁଲଗାନ୍ଧୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

ଏହି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅରମିନ୍ଦର ସିଂହ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ଯଦି କୌଣସି ଯୁବତୀ କିମ୍ବା ମହିଳା ରାତି 9ଟାରୁ ସକାଳ 6 ମଧ୍ୟରେ କେଉଁଠି ଫସି ଯାଉଛନ୍ତି ତେବେ ସେ ପୁଲିସକୁ ଫୋନ କରିବେ । ଏଥିପାଇଁ  181 ଏବଂ 100 କିମ୍ବା 112 ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ପୁଲିସ ସେମାନଙ୍କୁ ସୁରକ୍ଷା ସହିତ ଘରେ ଛାଡିକି ଆସିବ । ତାଙ୍କର ଏହି ଘୋଷଣାକୁ ପ୍ରସଂଶା କରାଯାଉଛି ।

 

Tags: