ପାରମ୍ପାରିକ ପୋଷାକରେ ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀ

Spread the News

 ଭାରତୀୟ ବଂଶୋଦ୍ଭୋବ ଅଭିଜିତ ବାନାର୍ଜି ଓ ତାଙ୍କ ପତ୍ନୀ ଏଷ୍ଟର ଡୁଫ୍ଲୋ ନୋବେଲ ପୁରସ୍କାର ଗ୍ରହଣ କରିଛନ୍ତି । ନୋବେଲ ପୁରସ୍କାର ଗ୍ରହଣ କଲାବେଳେ ସେ ଓ ତାଙ୍କ ପତ୍ନୀ ବାରତୀୟ ପାରମ୍ପାରିକ ପୋଷାକ ପିନ୍ଧିଥିଲେ ।  ସ୍ୱିଡେନରେ ନୋବେଲ ପୁରସ୍କାର ଗ୍ରହଣ କରିବା ବେଳେ ଅଭିଜିତ ଧୋତି ଓ ପାଇଜାମା ପିନ୍ଧି ପୁରସ୍କାର ଗ୍ରହଣ କରିଛନ୍ତି। ଧୋତି ଓ ପାଇଜାମା ହେଉଛି ଭାରତୀୟ ପୁରୁଷଙ୍କ ପାରମ୍ପରିକ ପୋଷାକ। ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଲଢେଇ କରୁଥିବାରୁ ତିନିଜଣକୁ ତଳିତ ବର୍ଷ ନୋବେଲ ଶାନ୍ତି ପୁରଷ୍କାର ମିଳିଛି ।

 ଅଭିଜିତଙ୍କ ଏହି ଗବେଷଣାରେ ସାମିଲ୍ ଥିବା ଅନ୍ୟ ଜଣେ ହେଉଛନ୍ତି ତାଙ୍କ ସ୍ତ୍ରୀ ଏଷ୍ଟର ଡୁଫ୍ଲୋ ଯିଏ କି ଭାରତୀୟ ନାରୀଙ୍କ ପାରମ୍ପରିକ ପ୍ରତିକ ଶାଢ଼ୀ ପିନ୍ଧି ଏହି ପୁରସ୍କାର ଗ୍ରହଣ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ମାଇକେଲ କ୍ରେମର କଳା ରଙ୍ଗର ସୁଟ୍ ପିନ୍ଧି ପୁରସ୍କାର ଗ୍ରହଣ କରିଥିଲେ। ନୋବେଲ ପୁରସ୍କାର ସାଙ୍ଗକୁ ଏହି ନିତି ଜଣଙ୍କୁ 6.7 କୋଟି ଟଙ୍କା ଆର୍ଥିକ ରାଶି ମିଳିଛି। ଅଭିଜିତ ଏବଂ ତାଙ୍କ ସ୍ତ୍ରୀ ଏହି ଗବେଷଣା ପାଇଁ ମିଳିଥିବା ଆର୍ଥିକ ରାଶିକୁ ଦାନ କରିବା ସହିତ ଆଗାମୀ ଦିନରେ ଗବେଷଣାରେ ଖର୍ଚ୍ଚି କରିବେ ବୋଲି ଘୋଷଣା କରିଛନ୍ତି।

ଅଭିଜିତ ଏବେ ଆମେରିକାର ନାଗରିକ। 1961ମସିହା ଫେବୃଆରୀ 21ରେ କୋଲାକାତାରେ ଜନ୍ମ ଗ୍ରହଣ କରିଥିଲେ। କୋଲକାତାର ପ୍ରେସିଡେନ୍ସି ବିଶ୍ୱବିଦ୍ୟାଳୟ ଏବଂ ଜେଏନ୍‌ୟୁରେ ସେ ପାଠ ପଢ଼ିଥିଲେ। ଏହାପରେ ସେ 1988 ମସିହାରେ ହାର୍ବାର୍ଡା ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ। ତାଙ୍କ ସ୍ତ୍ରୀ ଏଷ୍ଟର ଡୁଫ୍ଲୋ1972ରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ଏବେ ସେ ଅଭିଜିତଙ୍କ ଭଳି ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି।

Tags: