latest

ପାତାଳି ଶ୍ରୀକ୍ଷେତ୍ରର ଅପୂର୍ବ ମହିମା

Spread the News

ଶତାଧିକ ବର୍ଷ ଧରି ଗୁପ୍ତଲୀଳା କରିଥିଲେ ତିନି ଠାକୁର, ଗିରି ଗହ୍ୱର ଭିତରେ ଥିବା ଛୋଟବଡ଼ ଗୁମ୍ଫା ସହ ଜଗନ୍ନାଥଙ୍କୁ ଦେଖିବାକୁ ବର୍ଷ ସାରା ଜମେ ଶ୍ରଦ୍ଧାଳୁ ଭିଡ଼ l ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ତଥା ଓଡ଼ିଶାର ଏକ ପ୍ରସିଦ୍ଧ ମହତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ । ସୋନପୁର ଜିଲ୍ଲାର ସଦର ମହକୁମା ଉତ୍ତର ପଶ୍ଚିମକ୍ କୋଟସମଲାଇ ଗ୍ରାମ ନିକଟସ୍ଥ ତ୍ରିକୁଟ ପାହାଡ଼ରେ ଅବସ୍ଥିତ ପାତାଳି ଶ୍ରୀକ୍ଷେତ୍ର । ଘଞ୍ଚ ଜଙ୍ଗଲ ଆଉ ଗିରି ଗହ୍ୱର ଭିତରେ ଶତାଧିକ ବର୍ଷ ଧରି ଏଠାରେ ଗୁପ୍ତଲୀଳା କରିଥିଲେ ତିନି ଠାକୁର । ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ପାତାଳି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ଏଠାକୁ ଶହଶହ ଭକ୍ତ ଆସନ୍ତି ।