ପଶ୍ଚିମବଙ୍ଗରେ ଲାଗୁହେବ ସିଏବି- ଦିଲ୍ଲୀପ ଘୋଷ

Spread the News

ନାଗରିକତା ସଂଶୋଧନ ଆଇନ(ସିଏବି)କୁ ପଶ୍ଚମବଙ୍ଗ ସରକାର ଦୃଢ ବିରୋଧ କରୁଛି । ଏହାକୁ ନେଇ ପସ୍ଚିମ ବଙ୍ଗ ଅସାନ୍ତ ହୋଇପଡିଛି ।  ଦେଶର ବିଭିନ୍ନ ଭାଗରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ସିଏବି ଆଇନକୁ  ଏ ପ୍ରସଙ୍ଗରେ  ମମତାଙ୍କୁ  ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ବିଜେପି ଶାଖା ସଭାପତି ତଥା ମେଦୀନପୁର ସାଂସଦ ଦିଲ୍ଲୀପ ଘୋଷ।

ଏନେଇ ସେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ(ସିଏବି)କୁ ଲାଗୁ କରିବାରେ ପଶ୍ଚିମବଙ୍ଗ ପ୍ରଥମ ରାଜ୍ୟ ହେବ। ଏହାକୁ ରାଜ୍ୟରେ ଲାଗୁ କରିବାରେ ନା ମମତା ବାନାର୍ଜୀ କି ତାଙ୍କ ପାର୍ଟି ତୃଣମୂଳ କଂଗ୍ରେସ କେହି ରୋକି ପାରିବେ ନାହିଁ। ପୂର୍ବରୁ କାଶ୍ମୀରରୁ 370 ଧାରା ଓ ନୋଟବନ୍ଦୀକୁ ମଧ୍ୟ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସରକାର ବିରୋଧ କରିଥିଲେ। ହେଲେ ଏହାକୁ ଲାଗୁ କରିବାରେ ଅଟକାଇ ପାରିନଥିଲେ। ସେହିଭଳି ନାଗରିକତା ସଂଶୋଧନ ଆଇନକୁ ମଧ୍ୟ କେହି ରୋକିପାରିବେ ନାହିଁ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ କହିଛନ୍ତି, ‘ଏହା ଏବେ ବିଧେୟକ ହୋଇ ନାହିଁ। ଏହା ଆଇନରେ ପରିଣତ ହୋଇସାରିଲାଣି।

ସଂସଦ ଏହି ବିଧେୟକ ପାରିତ ହେବାପରେ ଏଥିରେ ରାଷ୍ଟ୍ରପତି ମୋହର ମାରିଥିଲେ। ଜଣେ ମୁଖ୍ୟମନ୍ତ୍ରୀ ଯିଏ ସାମ୍ବିଧାନିକ ପଦରେ ଅଛନ୍ତି ଆଉ ଭାରତୀୟ ସମ୍ବିଧାନର ଶପଥ ନେଇଛନ୍ତି ସେ ଏହି ଆଇନକୁ ଲାଗୁ କରିବାକୁ ମନା କରିପାରିବେ ନାହିଁ।’ ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବାପରେ ଏହାକୁ ରାଜ୍ୟରେ ଲାଗୁ କରିବାକୁ ମନା କରି ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଥିଲେ ଯଦିଓ ଏହାକୁ ସଂସଦରେ ପାରିତ କରାଯାଇଛି ହେଲେ ବିଜେପି ଏହାକୁ ରାଜ୍ୟରେ ଲାଗୁ କରିବାନେଇ ବାଧ୍ୟ କରିପାରିବ ନାହିଁ।

Tags: