latest

ଆପଣଙ୍କ ଫୋନରୁ ଅଜଣା ନମ୍ଵରରେ ମେସେଜ୍ ପଠାଉଛି ଗୁଗୁଲ୍, ଜାଣନ୍ତୁ କାରଣ

Spread the love

ଟେକ୍ନୋଲୋଜିର ବ୍ୟବହାର କାରଣରୁ କାମ କରିବା ସହଜ ହୋଇଥିବା ବେଳେ ଏହା ଏବେ ୟୁଜରଙ୍କର ସୁରକ୍ଷା ପାଇଁ ବିପଦର କାରଣ ପାଲଟିଲାଣି। ପ୍ରାୟତଃ ଡାଟା ଲିକ୍ ଏବଂ ହ୍ୟାକିଂ ଘଟଣା ବାରମ୍ଵାର ସାମ୍ନାକୁ ଆସୁଛି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ବଡ ବଡ ଟେକ୍ କମ୍ପାନୀ ୟୁଜରକୁ ଭେରିଫାଏ କରିବା ପାଇଁ ନୂଆ ନୂଆ ଉପାୟ ଆପଣୋଉଛନ୍ତି। ଏହି ମଧ୍ୟରେ ଗୁଗୁଲ ମଧ୍ୟ ନିଜ ୟୁଜରଙ୍କୁ ଏସଏମଏସ ଜରିଆରେ ରି-ଭେରିଫାଏ କରୁଛି। 

ଯଦି ଆପଣଙ୍କର ଆଣ୍ଡ୍ରଏଡ୍ ଫୋନରେ କୌଣସି ମେସେଜ ଦେଖାଯାଏ, ଯାହାକୁ ଆପଣ ପଠାଇ ନାହାଁନ୍ତି ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ। ପ୍ରକୃତରେ ଗୁଗୁଲର ୟୁଜର ଭେରିଫିକେଶନର ଏହା ଏକ ପ୍ରକ୍ରିୟା। ଯେଉଁଥିରେ ୟୁଜରଙ୍କ ଡିଭାଇସର କୌଣସି ଅଜଣା ନମ୍ଵରରେ ମେସେଜ ପଠାଯାଏ। ତେବେ ବହୁ ୟୁଜର ଚିନ୍ତିତ ହୋଇ ଏହା ରିପୋର୍ଟ ମଧ୍ୟ କରିଛନ୍ତି। 

ଭାରତ ସମେତ ଆମେରିକା ଏବଂ ୟୁରୋପର ବହୁ ୟୁଜର ଗୁଗୁଲ ଫୋରମରେ ନିଜ ଫୋନରୁ ପଠାଯାଇଥିବା ସିକ୍ରେଟ୍ ମେସେଜର ଖୁଲାସା କରିଛନ୍ତି। ଏହି ମେସେଜରେ ଏକ କୋଡ୍ ସହ ଟେକ୍ସଟ୍ ଥାଏ। ଯେଉଁଥିରେ ଗୁଗୁଲ ଇଜ୍ ଭେରିଫାଇଙ୍ଗ୍ ଦ ଫୋନ୍ ନମ୍ଵର ଅଫ୍ ଦିସ୍ ଡିଭାଇସ୍ ଲେଖାଯାଇଛି। ଏହା ସହ ଏହି ପେଜରେ ଏକ ଲିଙ୍କ୍ ମଧ୍ୟ ରହିଛି। ଏହା ଗୁଗୁଲର ଏକ ସାଧାରଣ ପ୍ରକ୍ରିୟା। ଏହାଦ୍ଵାରା ନମ୍ଵରକୁ ରି ଭେରିଫିକେଶନ କରାଯାଉଛି।

Tags: