latest

ଯେଉଁଠି ହୋଇଥିଲା ପ୍ରଭୁ ଶିବ ଏବଂ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ

Spread the News

ଭାରତ ଏଭଳି ଏକ ଦେଶ ଯାହା ଅନେକ ପ୍ରାକୃତିକ ସୁନ୍ଦରତା ମଧ୍ୟରେ ପରିପୂର୍ଣ୍ଣ। ଭାରତର ଉତ୍ତର ସ୍ଥିତ ହିମାଳୟ ପର୍ବତମାଳାରେ ଅନେକ ଆଧ୍ୟାତ୍ମିକ ସ୍ଥଳର କେନ୍ଦ୍ରସ୍ଥଳୀ ରହିଛି। ଯେଉଁଠି ଗଙ୍ଗୋତ୍ରୀ, ୟମୁନେତ୍ରୀ, କେଦାରନାଥ ଭଳି ପବିତ୍ର ଏବଂ ଦୁର୍ଗମ ତୀର୍ଥସ୍ଥଳ ରହିଛି, ଯାହା ବହୁତ ପ୍ରସିଦ୍ଧ। ଏହାଛଡା ଏଠାରେ ଅନେକ ସ୍ଥାନ ରହିଛି, ଯାହା ଦୁର୍ଗମ ହେବା ଯୋଗୁଁ ଏଠାକୁ ଯିବା ସହଜ ହୋଇନଥାଏ। ଏପରି ସ୍ଥାନ ମଧ୍ୟରେ ହିମାଳୟ ପ୍ରଦେଶର କିନ୍ନର କୈଳାଶ ଅନ୍ୟତମ। ପ୍ରାୟ ୬ ହଜାର ଉଚ୍ଚରେ ଥିବା କିନ୍ନର କୈଳାଶ ଶିବଙ୍କ ସବୁଠାରୁ ଉଚ୍ଚ ମନ୍ଦିର ମଧ୍ୟରେ ଅନ୍ୟତମ। ଏହି ସ୍ଥାନକୁ ୧୯୯୩ରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲା। ଏଠାକୁ ଯିବାକୁ ସବୁଠାରୁ ଉପଯୁକ୍ତ ସମୟ ଜୁଲାଇ- ଅଗଷ୍ଟ ରହିଛି। କିନ୍ନର କୈଳାଶ ପର୍ବତ ୧୯୮୪୮ ଫୁଟ ଉଚ୍ଚତା ଉପରେ ୭୯ ଉଚ୍ଚ ହିମଖଣ୍ଡ ରହିଛି, ଯାହାକୁ ଶିବଲିଙ୍ଗ ଭଳି ପୂଜା କରାଯାଏ। ଏଠାକୁ ଯିବାକୁ ହେଲେ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷଣ କରିବାକୁ ପଡିଥାଏ। କାରଣ ଏହା ସବୁଠାରୁ ଦୁର୍ଗମ ଯାତ୍ରା। ହିମାଚଳର କିନ୍ନର ଜିଲ୍ଲା ସ୍ଥିତ କିନ୍ନର କୈଳାଶ ଯିବାକୁ ହେଲେ ପ୍ରଥମେ କିନ୍ନର ଜିଲାର ମୁଖ୍ୟ କାର୍ଯ୍ୟାଳୟ ରିକୋଙ୍ଗ ପ୍ୟୋ କୁ ଯିବାକୁ ପଡିଥାଏ। ଯାହା ସିମ୍‌ଲା ଠାରୁ ପାଖାପାଖି ୨୩୧ କିମି ଦୂରରେ ଅବସ୍ଥିତ। ତା’ ପରେ ଆପଣ ରିକୋଙ୍ଗ ପ୍ୟୋ ରୁ ୪୧ କିମି ଦୂରରେ ଥିବା ଆଇଟିବିପି କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇ ଲାମ୍ବାର ଯିବାକୁ ପଡିଥାଏ। ଏଠାରୁ ଦଶ କିମି ଦୂର ଯିବା ପରେ ଗଛଲତା କମ୍‌ ହେବା ଯୋଗୁ ଅମ୍ଳଜାନ ସ୍ତର କମ୍‌ ହେବାକୁ ଲାଗିଥାଏ। ଏହି ଶିବଲିଙ୍ଗର ପରିକ୍ରମା କରିବା ବହୁତ ବିପଦପୂର୍ଣ୍ଣ ରହିଥାଏ। ଅନେକ ଶିବଭକ୍ତ ରଶି ସାହାଯ୍ୟରେ ଶିବଲିଙ୍ଗର ପରିକ୍ରମା କରିଥାନ୍ତି। ଏହି ଶିବଲିଙ୍ଗ ଦିନକୁ ଅନେକ ଥର ନିଜର ରଙ୍ଗ ପରିବର୍ତ୍ତନ କରିଥାଏ। ଏହି ସ୍ଥାନରେ ଶିବ ଏବଂ ଅର୍ଜୁନଙ୍କ ଯୁଦ୍ଧ ହୋଇଥିଲା ବୋଲି ଲୋକଶ୍ରୁତି ରହିଛି। ଏହାପରେ ଅର୍ଜୁନଙ୍କୁ ପଶୁପାତସ୍ତ୍ର ପ୍ରାପ୍ତ ହୋଇଥିଲା। ଏଠାରେ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ। କିନ୍ତୁ ଏଠାକୁ ଯିବାକୁହେଲେ ଆପଣଙ୍କୁ ଅନେକ କଷ୍ଟ କରିବାକୁ ପଡିଥାଏ।

Tags: