latest

ଔପଦା ମଣ୍ଡଳ 38ତମ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ

Spread the News

ସୋର,( ରଞ୍ଜିତ ମାହାକୁଡ) : ଔପଦା ମଣ୍ଡଳ 38 ତମ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଜଗବନ୍ଧୁ ଉଚ୍ଚ ବିଦ୍ୟାପୀଠ ଅଘିରାପଦା ସ୍କୁଲ ରେ ଅନୁଷ୍ଠିତ ହୁଇଯାଇଛି, ଏହି ଉତ୍ସବ ରେ ଓଷ୍ଟା ର ସଭାପତି ବୈକୁଣ୍ଠନାଥ ମିଶ୍ର ସଭାପତିତ୍ୱ କରିଥିଲେ, ଓଷ୍ଟା ର ସମ୍ପାଦକ ବୈକୁଣ୍ଠ ପୋଥାଳ ସମ୍ପାଦକ ବିବରଣୀ ପାଠ କରିଥିଲେ। ବେଣୁଧର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ, ମୁଖ୍ୟଅତିଥି ମାନ୍ୟବର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଛାତ୍ରଛାତ୍ରୀ ଉଜ୍ବଳ ଭବିଷ୍ୟତ ପାଇଁ କାମନା କରିଥିଲେ, ମୁଖ୍ୟବକ୍ତା ଭାବେ ନୀଳଗିରି ବିଧାୟକ ଇ. ସୁକାନ୍ତ କୁମାର ନାୟକ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଜିଲ୍ଲା ଓଷ୍ଟା ସଭାପତି ବାଦଲ ଚନ୍ଦ୍ର ପାତ୍ର ଯୋଗଦେଇଥିଲେ, ଏହି ଉତ୍ସଵ ରେ ଜିତେନ୍ଦ୍ର କୁମାର ବେହେରା, କ୍ଷେତ୍ରମୋହନ କର, ଗୟାଧର ବିଶ୍ୱାଳ, ପ୍ରାଣବନ୍ଧୁ ପଣ୍ଡା ଏବଂ ମୁକୁନ୍ଦ ଚନ୍ଦ୍ର ବିଶ୍ୱାଳ ଉପସ୍ଥିତ ରହିଥିଲେ, ବିଭିନ୍ନ ପ୍ରତିଯୋଗୀତା ରେ ବ୍ଲକ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହିତ ଭାଗ ନେଇଥିଲେ ।

Tags: