ସୋନପୁରରେ ଅଧିକ ଥଣ୍ଡା, କେନ୍ଦୁଝର ଓ ବରଗଡରେ ବରଫ ଆସ୍ତରଣ

Spread the News

ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆଜି ମଧ୍ୟ ସୋନପୁର ଅଧିକ ଥଣ୍ଡା ସହର ଭାବେ ଜଣାପଡ଼ିଛି। ଏହାର ସର୍ବନିମ୍ନ ତାପମାତ୍ରା 5.4 ଡ଼ିଗ୍ରୀ ରହିଛି। ଅନୁଗୁଳରେ  5.6ଡ଼ିଗ୍ରୀ , ଫୁଲବାଣୀ 6.3 ଡ଼ିଗ୍ରୀ, ଟିଟିଲାଗଡ଼ 6.5, ଦାରିଙ୍ଗବାଡ଼ି 7, କେନ୍ଦୁଝର 8.4 ଡ଼ିଗ୍ରୀ, ବଲାଙ୍ଗୀର 8.5, ବାଲେଶ୍ୱର 8.5, ସୁନ୍ଦରଗଡ଼ 8.5 ଡ଼ିଗ୍ରୀ ସମ୍ବଲପୁର 8.7, ଝାରସୁଗୁଡ଼ା 8.9. ଭବାନୀପାଟଣା 9 ଡ଼ିଗ୍ରୀ, କୋରାପୁଟ 9.2, ବାରିପଦା 9.4 ତାଳଚେର 9.4,କଟକ 9.5, ଭୁବନେଶ୍ୱର ତାପମାତ୍ରା 10.6 ଡ଼ିଗ୍ରୀ ରହିଥିବା ଜଣାପଡ଼ିଛି।

ଅସହ୍ୟ ଜାଡ଼ ଯୋଗୁଁ 13 ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର। ଗତ ଦୁଇ ଦିନ ଭଳି ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଥିଲା। ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା, ସାନ ଇନ୍ଦୁପୁର ସହିତ କେନ୍ଦୁଝର ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ସକାଳୁ ସକାଳୁ ବରଫର ଆସ୍ତରଣ ଦେଖିବାକୁ ମିଳିଥିଲା।

 

Tags: