latest

ପାକିସ୍ତାନ ଯିବନି ବାଂଲାଦେଶ ଟିମ୍, ଭାରତକୁ ଦୋଷଦେଲା ପାକ୍

Spread the News

ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଭଲ ନଥିବାରୁ ଦୁଇ ଦେଶ ମଧ୍ୟରେ କ୍ରିକେଟ ମ୍ୟାଚ ବହୁଦିନରୁ ହୋଇନି । ଦିନିକିଆ କିମ୍ବା କୌଣସି ଟେଷ୍ଟ ସିରିଜ ମଧ୍ୟ ହୋଇନାହିଁ । ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଭାରତକୁ ଦାୟୀ କରୁଛି । ନିକଟରେ  ବାଂଲାଦେଶ କ୍ରିକେଟ ଟିମ୍ ର ପାକିସ୍ତାନ ଗସ୍ତ ବାତିଲ ହେବାଯୋଗୁଁ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେସି ଭାରତ ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି ଭାରତ ବାଂଲାଦେଶ ଉପରେ ଚାପ ପକାଇବାରୁ ବାଂଲାଦେଶ ଟିମ୍ ପାକିସ୍ତାନ ଆସିବାକୁ ମନାକରିଦେଇଛି । ଆଇଏନଏସ୍ ରିପୋର୍ଟ ମୁତାବକ ମୁଲତାନ ରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କୁରେସି କହିଛନ୍ତି ଭାରତ ଚାପ ପକାଇବାରୁ ବାଂଲାଦେଶ ଟିମ୍ ପାକିସ୍ତାନ ଆସୁନାହିଁ । ଶ୍ରୀଲଙ୍କା ଟିମକୁ ଧନ୍ୟବାଦ ଦେଇ କୁରେସି କହିଛନ୍ତି ଶ୍ରୀଲଙ୍କା ପାକିସ୍ତାନର ଟେଷ୍ଟ ସିରିଜରେ ଭାଗ ନେଇଥିବାରୁ ଧନ୍ୟବାଦ । ଶ୍ରୀଲଙ୍କା ଟିମର ପାକିସ୍ତାନ ଗସ୍ତପରେ ବିଦେଶୀ ଟିମ୍ ମଧ୍ୟ ପାକିସ୍ତାନ ଆସିବା ପାଇଁ ରାସ୍ତା ସଫା ହୋଇଛି । ପ୍ରକାଶ  ଥାଉକି, 2009ରେ ଶ୍ରୀଲଙ୍କା ଖେଳାଳୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ବିଦେଶୀ ଟିମ୍ ପାକିସ୍ତାନ ଯିବା ବନ୍ଦ କରିଦେଇଛନ୍ତି ।

 

Tags: