latest

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ

Spread the News

 ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ ଘଟିଛି। ସୋମବାର ଭୋର 3ଟା ସମୟରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 72ବର୍ଷ ହୋଇଥିଲା। ସ୍ବର୍ଗତ ପୂର୍ଣ୍ଣ ଖୁଣ୍ଟିଆ ଶତାଧିକ ଓଡ଼ିଆ ସିନେମା ଏବଂ ଆଲବମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଭିକାରି ବଳ, ତୃପ୍ତି ଦାଶ, ସୁବାସିଷ ମହାକୁଡ, କୁମାର ବାପି, ଶୈଳଭାମା, ଇରା ମାହାନ୍ତି, ତପୁ ମିଶ୍ର, ଉଦିତ ନାରାୟଣ, ସାନ, ବାବୁଲ ସୁପ୍ରିୟୋ, କୁମାର ସାନୁ,ସୋନୁ ନିଗମ, ମହମ୍ମଦ ଅଜିଜଙ୍କ ଭଳି ଅନେକ ବଡ ବଡ କଣ୍ଠ ଶିଳ୍ପୀ ଗୀତ ଗାଇଛନ୍ତି। ପୂର୍ଣ୍ଣ ଖୁଣ୍ଟିଆଙ୍କ ଅବର୍ତ୍ତମାନରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।