ସିଏଏ ବିରୋଧରେ ଆଜି ବିରୋଧୀଙ୍କ ମେଳି

Spread the News

ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଆଜି  ବିରୋଧୀ କରିବେ ମେଳି । ହେଲେ ମୁଖ୍ୟପ୍ରତିଦ୍ୱନ୍ଦୀ ମମତା ବାନାର୍ଜୀ  ଏହି ମେଳିରେ ସାମିଲ ହେଉନାହାନ୍ତି। ଏହାସହ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ମଧ୍ୟ ଏଥିରୁ ଦୂରରେ ରହିବେ ବୋଲି ଜଣାପଡ଼ିଛି ।

ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି ଯେ, ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମଦଳ ଖରାପ ରାଜନୀତି କରୁଛନ୍ତି ଏବଂ ସେମାନେ ସିଏଏ ଓ ଏନଆରସି ବିରୋଧ ନିଜସ୍ୱ ବଳରେ କରିବେ । ସୂଚନାଯୋଗ୍ୟ ମମତା ବାନାର୍ଜୀ ଗତ ସପ୍ତାହ ଗୁରୁବାର ଦିନ ବିଧାନସଭାରେ କହିଥିଲେ ଯେ, ଯଦି ଆବଶ୍ୟକତା ପଡ଼ିବ ଏକାକୀ ଲଢ଼ିବେ । ଗୃହରେ ସେ ବିଶ୍ୱବିଦ୍ୟାଳୟ ପରିସରରେ ହିଂସା ଓ ସିଏଏ ବିରୋଧରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦ୍ୱାରା ଜାନୁଆରୀ ୧୩ରେ ଡକାଯାଇଥିବା ବିରୋଧୀଙ୍କ ବୈଠକକୁ ବହିଷ୍କାର ଘୋଷଣା କରିଥିଲେ । 

ଭାରତ ବନ୍ଦ ସମୟରେ ଦେଖାଯାଇଥିବା ହିଂସା ନେଇ ମମତା ବାନାର୍ଜୀ ବାମଦଳ ଓ କଂଗ୍ରେସ ଦ୍ୱାରା ମାନଦଣ୍ଡକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସୂଚନାଯୋଗ୍ୟ ମମତା ବାନାର୍ଜୀ ସିଏଏ ଓ ଏନଆରସି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ଏହାର ବିରୋଧରେ ପ୍ରଦର୍ଶନ କରୁଛନ୍ତି । ସେ ନିଜେ ସିଏଏ ବିରୋଧରେ ହେବାକୁ ଥିବା ରାଲିରେ ଅଂଶଗ୍ରହଣ କରୁଛନ୍ତି । 

Tags: ,