ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଖାରଜ, ଫାଶୀ ସୁନିଶ୍ଚିତ

Spread the News

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର 2 ଅଭିଯୁକ୍ତଙ୍କ କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଛି। ସୁପ୍ରିମକୋର୍ଟ କ୍ୟୁରେଟିଭ୍ ପିଟିସନ୍ କାରଜ କରିଛନ୍ତି। ତେବେ କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବାପରେ ନିର୍ଭୟା ଅଭିଯୁକ୍ତଙ୍କ ଫାଶୀ ନିର୍ଦ୍ଧିଷ୍ଟ ହୋଇସାରିଛି। ଆସନ୍ତା ଜାନୁଆରୀ 22 ସକାଳ 7 ଟାରେ ଫାଶୀ ଦେବାକୁ ଧାର୍ଯ୍ୟ ହୋଇଥିଲା।

କ୍ୟୁରେଟିଭ୍ ପିଟିସନ୍ କଣ ?

କ୍ୟୁରେଟିଭ ପିଟିସନ୍ କାନୁନର ଏକ ଶବ୍ଦ । ଏହା ସେହି ସମୟରେ ଦାଏର କରାଯାଇଥାଏ ଯେତେବେଳେ କୌଣସି ଦୋଷୀର ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିବା ଯାଚିକା ଏବଂ ସୁପ୍ରିମକୋର୍ଟରେ ପୁନର୍ବିଚାର ଖାରଜ କରାଯାଇଥାଏ । ଏପରି ସ୍ଥିତିରେ କ୍ୟୁରେଟିଭ ପିଟିସନ୍ ଦୋଶୀଙ୍କ ପାଖରେ ଥିବା ଶେଷ ସୁଯୋଗ ଯାହା ଦ୍ୱାରା ସେ ନିଜ ପାଇଁ ନିର୍ଦ୍ଧାରିତ କରାଯାଇଥିବା ଦଣ୍ଡରେ କହୋଳତା ପାଇଁ ନିବେଦନ କରିପାରିବ । କ୍ୟୁରେଟିଭ ପିଟିସନ୍ ଯେକୌଣସି ମାମଲାରେ କୋର୍ଟରେ ଶୁଣାଣିର ଶେଷ ପର୍ଯ୍ୟାୟ ହୋଇଥାଏ । ଏହାର ନିଷ୍ପତ୍ତି ଆସିବା ପରେ ଦୋଷୀ କୌଣସି ବି ପ୍ରକାରର ଆଇନଗତ ସାହାଯ୍ୟ ଆଉ ନେଇ ପାରିବେନି ।

ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ବାରା ଗତ 9 ତାରିଖରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରାଯାଇଥିଲା । ନିର୍ଭୟା ମାମଲାରେ 4 ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲ୍ ରେ ଆସନ୍ତା 22 ତାରିଖ ସକାଳ 7 ଟାରେ ଫାଶୀ ଦିଆଯିବ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଏନେଇ ପୂର୍ବରୁ ଡେଥ୍ ୱାରେଣ୍ଟ୍  ଜାରି କରିଛନ୍ତି, ତେବେ ମୃତ୍ୟୁଦଣ୍ଡରୁ ବଞ୍ଚିବା ପାଇଁ ଏହା ଅଭିଯୁକ୍ତ ମାନଙ୍କ ଶେଷ ପ୍ରୟାସ ବୋଲି ଆଲୋଚନା ହେଉଛି ।

Tags: ,