latest

ପାର୍ଲାମେଣ୍ଟ ଭବନ ଆକ୍ରମଣ ପଛରେ ଡିଏସ୍‌ପିଙ୍କ ହାତ

Spread the love

ଦିଲ୍ଲୀରେ ଦୁଇ ଆତଙ୍କବାଦୀଙ୍କ ସହ ଧରାପଡ଼ି ରବିବାର ଗିରଫ ହୋଇଥିବା ଜମ୍ମୁ-କଶ୍ମୀରର ପୋଲିସ ଅଫିସର ଦାବିନ୍ଦର ସିଂଙ୍କ ସମ୍ପର୍କରେ ନୂଆ ତଥ୍ୟ ପଦାକୁ ଆସିଛି। ପାର୍ଲାମେଣ୍ଟ ଆକ୍ରମଣ ମାମଲାରେ ଫାଶୀ ପାଇଥିବା ଅଫଜଲ ଗୁରୁଙ୍କ ସହ ଏହି ଡିଏସ୍‌ପିଙ୍କ ସମ୍ପର୍କ ଥିଲା ବୋଲି ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଶ୍ରୀନଗର ବିମାନବନ୍ଦରରେ ଆଣ୍ଟିହାଇଜାକ୍‌ ୟୁନିଟରେ ପୋଷ୍ଟିଂ ହୋଇଥିବା ଏହି ଅଫିସରଙ୍କର ଚଳିତ ମାସରେ ଏସ୍‌ପି ଭାବେ ପଦୋନ୍ନତି ହେବାର ଥିଲା। ସଂସଦ ଭବନ ଓ ପୁଲ୍‌ଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର ପଛରେ ତାଙ୍କର ସମ୍ପୃକ୍ତି ଥିବା କଂଗ୍ରେସ ଅଭିଯୋଗ କରିଛି।
ଅଫଜଲ ଗୁରୁଙ୍କ ବିଚାର ଚାଲିଥିବାବେଳେ ତାଙ୍କ ଓକିଲ ତଳ କୋର୍ଟରେ ଏକ ଚିଠିକୁ ପ୍ରମାଣ ଭାବେ ଉପସ୍ଥାପନ କରିଥିଲେ, ଯାହା ଅରୁ୍ନ୍ଧତୀ ରାୟଙ୍କ ପୁସ୍ତକ ‘ଦି ହ୍ୟାଙ୍ଗିଙ୍ଗ୍‌ ଅଫ୍‌ ଅଫଜଲ ଗୁରୁ ଆଣ୍ଡ ଦି ଷ୍ଟ୍ରେଞ୍ଜ୍‌ କେସ୍‌ ଅଫ୍‌ ଦି ଆଟାକ୍‌ ଅନ୍‌ ଇଣ୍ଡିଆନ୍‌ ପାର୍ଲାମେଣ୍ଟ’ରେ ସ୍ଥାନ ପାଇଛି। ଓକିଲ ସୁଶୀଲ କୁମାରଙ୍କୁ ଅଫଜଲ ଲେଖିଥିବା ଏହି ଚିଠିରେ ସେ ଜମ୍ମୁ-କଶ୍ମୀର ପୋଲିସର ଏସ୍‌ଟିଏଫ୍‌ ଏବଂ ଏହାର ଅଫିସର ଦାବିନ୍ଦର ସିଂଙ୍କ ତରଫରୁ ଜଣେ ଆତଙ୍କବାଦୀ ମହମ୍ମଦଙ୍କୁ ସହାୟତା କରିଥିବା ଉଲ୍ଲେଖ ଅଛି। ମହମ୍ମଦଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ଯିବା ଓ ତାଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ଦାବିନ୍ଦର ହିଁ ଅଫଜଲଙ୍କୁ କହିଥିଲେ।
2001 ଡିସେମ୍ବର 13 ପାର୍ଲାମେଣ୍ଟ ଭବନ ଆକ୍ରମଣବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ 5 ଆତଙ୍କବାଦୀଙ୍କ ମଧ୍ୟରୁ ମହମ୍ମଦ ଅନ୍ୟତମ। ମହମ୍ମଦଙ୍କ ମୃତଦେହ ନିକଟରୁ ଏକ ଫୋନ ମିଳିଥିଲା ଯାହାକୁ ସେ ନଭେମ୍ବର 28ରୁ ବ୍ୟବହାର କରୁଥିଲେ। ଏହି ଫୋନ୍‌ ତାଙ୍କୁ କଶ୍ମୀର ଏସ୍‌ଟିଏଫ୍‌ ଦେଇଥିଲା ବୋଲି ଅଫଜଲ ଜଣାଇଥିଲେ ମଧ୍ୟ କୋର୍ଟ ଏହାକୁ ଗ୍ରହଣ କରି ନ ଥିଲେ

Tags: ,