latest

22ରେ ମିଳିବିନି ଫାଶୀ- କୋର୍ଟ

Spread the love

ନିର୍ଭୟା ଦୋଶୀଙ୍କୁ ପଟିଆଲା ହାଉସ୍ କୋର୍ଟ ନିର୍ଭୟା କେସର ଦୋଷୀ ମୁକେଶ ସିଂହର ଯାଚିକା ଉପରେ ଶୁଣାଣି କରି ଦୋଷୀଙ୍କ ଫାଶି ଜାନୁଆରୀ ୨୨ରେ ହୋଇ ପାରିବ ନାହିଁ ବୋଲି କହିଛନ୍ତି। କୋର୍ଟ ଅଭିଯୋଜନ ପକ୍ଷର ଦଲିଲ୍ ସ୍ଵୀକାର କରି କହିଛନ୍ତି ଯେ, ଜାନୁଆରୀ ୨୨ରେ ଦୋଷୀଙ୍କୁ ଫାଶି ଦିଆଯାଇ ପାରିବ ନାହିଁ। କାରଣ ସେମାନଙ୍କର ରାଜକ୍ଷମା ନିବେଦନ ରାଷ୍ଟ୍ରପତି ଓ ଦିଲ୍ଲୀ ଉପରାଜ୍ୟପାଳଙ୍କଠାରେ ବିଚାରଧୀନ ରହିଛି। କୋର୍ଟ କହିଛନ୍ତି ରାଜକ୍ଷମା ଆବେଦନ ବିଚାରଧୀନ ଥିବା କାରଣରୁ ଡେଥ ଓ୍ଵାରେଣ୍ଟ ଉପରେ ସ୍ଵତଃ ପ୍ରବୃତ ଭାବେ ରୋକ୍ ଲାଗି ଯାଇଛି। କୋର୍ଟ କହିଛନ୍ତି ଯେ, ଫାଶି ପାଇଁ ନୂତନ ତାରିଖ କଣ ହେବ, ଜେଲ୍ ପ୍ରଶାସନଙ୍କ ଜବାବ ପରେ ଯାଇ ସ୍ଥିର ହେବ। ପଟିଆଲା ହାଉସ୍ କୋର୍ଟ ଜାନୁଆରୀ ୭ରେ ଦୋଷୀଙ୍କ ପାଇଁ ମୃତ୍ୟୁ ପରଓ୍ଵାନ ଜାରି କରିଥିଲା।

ଦୋଷୀ ମୁକେଶର ଓକିଲ ବୃନ୍ଦା ଗ୍ରୋଭର କହିଛନ୍ତି ଯେ, ରାଷ୍ଟ୍ରପତିଙ୍କଠାରେ ରାଜକ୍ଷମା ନିବେଦନ କରାଯାଇଛି। ଏହା ଉପରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ହୋଇ ନାହିଁ। ସେମାନଙ୍କର କ୍ୟୁରେଟିଭ ପିଟିସନ୍ ଖାରଜ ହୋଇ ନାହିଁ। ପିଟିସନ ବିଳମ୍ବ ହେବା କାରଣରୁ ହିଁ ଖାରଜ ହୋଇଛି। ମୁକେଶ ଫାଶି ସଜା ପ୍ରାପ୍ତ ଦୋଷୀ। ସେ ଅଦାଲତ ପ୍ରକ୍ରିୟା ସହ କେମିତି ଖେଳି ପାରିବେ।

ନିର୍ଭୟାର ଚାରି ଦୋଷୀ ମଧ୍ୟରୁ ଜଣେ ମୁକେଶ କୋର୍ଟରେ ଡେଥ୍ ଓ୍ଵାରେଣ୍ଟ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ଅପିଲ କରିଥିଲା। ସେ ବୁଧବାର ଏହି ସମ୍ବନ୍ଧରେ ଦିଲ୍ଲୀ ହାଇକୋର୍ଟରେ ଗୁହାରି କରିଥିଲା। ମାତ୍ର କୋର୍ଟ ତାର ଆବେଦନକୁ ଖାରଜ କରି ନିମ୍ନ ଅଦାଲତ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁକେଶର ଅପିଲ ଉପରେ ପଟିଆଲା ହାଉସ୍ କୋର୍ଟ ଦିଲ୍ଲୀ ସରକାର ଓ ନିର୍ଭୟାର ମାତା-ପିତାଙ୍କ ରାୟ ଲୋଡ଼ିଥିଲେ।

Tags: