କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ୍

Spread the News

ଆଜିଠାରୁ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ୍ । ଏହି ଦୁଇ ଦିନିଆ ଫେଷ୍ଟିଭାଲକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି ।  ହକି ପ୍ରମୋସନ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ୍ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ହକି ମ୍ୟାଚକୁ ଅଧିକ ଉଚ୍ଚ ସ୍ଥାନକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରୟାସ ଜାରି କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ସମ୍ଭୋଧନ କରିଛନ୍ତି ମନ୍ତ୍ରୀ ତୁଷାର କାନ୍ତି ବେହେରା । ଅନଲାଇନ ପେମେଣ୍ଟ ଆପରେ ଦିନକୁ ଦିନ ବଢୁଥିବା ଠକେଇ ଉପରେ ସେ କହିଛନ୍ତି ଯେ,   ସୋସିଆଲ୍ ମିଡିଆ ଓ ଅନଲାଇନ୍ ଠକଙ୍କୁ ଧରିବା ସହଜ ନୁହେଁ, ଏଥିଲାଗି ସରକାରୀ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି ।  ସାଇବର ନିରାପତ୍ତା ବ୍ୟବସ୍ଥାରେ ଚିହ୍ନଟ ଅପରାଧୀ ହେବେ । ଏହାପରେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Tags: