ଶ୍ରୀନିବାସ କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Spread the News

ସୋର, (ରଞ୍ଜିତ ମହାକୁଡ) : ସୋର ବ୍ଲକ୍ ମଙ୍ଗଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଜଗଦୀଶ ଚନ୍ଦ୍ର ବିଶ୍ୱାଳଙ୍କ ପୌରୋହିତ୍ୟ କରିଥିବାବେଳେ ମୁଖ୍ୟ ଅତିଥି ଭାବେ  ସମାଜସେବୀ ଯୁଗଳ କିଶୋର ଦାସ ମହାପାତ୍ର ଏଥିରେ ଯୋଗ ଦେଇଥିଲେ । ଅଧ୍ୟକ୍ଷ ପରମାନନ୍ଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ଅଧ୍ୟାପକ ପଙ୍କଜ କୁମାର ଜେନା ଅତିଥି ପରିଚୟ ଦେଇଥିବା ବେଳେ ପୁଣ୍ୟବ୍ରତ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବେହେରା ଓ ଅଧ୍ୟାପିକା ପୁଷ୍ପଲତା ପାଢୀ, ରଞ୍ଜିତାବାଳା ମହାପାତ୍ର ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପକ ବିଜୟ କୁମାର ମହାଳିକ ଧନ୍ୟବାଦ ଦେଇଥିବା ବେଳେ ସଙ୍ଗୀତ ବିଚିତ୍ରା ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।