ଦେବଝରଣ ୱାଟରଫଲରେ ପଡି ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

Spread the News

ସମ୍ବଲପୁର ଦେବଝରଣ ୱାଟରଫଲରେ ଗାଧୋଇବା ବେଳେ ଏକ ଅଘଟଣ ଘଟିଛି। ଗାଧୋଇବାବେଳେ  ବୁଡ଼ି ଯାଇ ୨ ଭିସୁଟ୍‌ର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ଆଜି ସମ୍ବଲପୁର ଭିସୁଟ୍‌ର କିଛି ଛାତ୍ର ଦେବଝରଣ ୱାଟରଫଲ ନିକଟକୁ ପିକନିକ ଯାଇଥିଲେ । ସେଠାରେ ସାଙ୍ଗମାନେ ଦେବଝରଣ ୱାଟରଫଲରେ ଗାଧୋଇବା ବେଳେ ହଠାତ୍  ୨ଜଣ ଛାତ୍ରଙ୍କ ଗୋଡ଼ ଖସିଯାଇଥିଲା । ୱାଟରଫଲ ପାଣି ସ୍ରୋତ ଅଧିକ ଥିବା ଫଳରେ ସେମାନେ ବୁଡ଼ିଯାଇଥିଲେ । 2 ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ  ଛାତ୍ର ହେଲେ ଭିସୁଟ୍‌ର ସୈାମ୍ୟରଞ୍ଜନ ବେଉରିଆ ଓ ଅଭିଜିତ ସାମଲ ।

Tags: