latest

ରାଜଧାନୀରେ ଛାତ୍ର ଅଶାନ୍ତି, ରାସ୍ତାକୁ ଓହ୍ଲାଇଲେ ଛାତ୍ର

Spread the News

ଚଳିତବର୍ଷରୁ ଯୁକ୍ତଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କମାନେ ପ୍ରଥମ ବର୍ଷ ପରୀକ୍ଷାରେ ପାସ ନକଲେ ଆଉ ଦ୍ୱିତୀୟ ବର୍ଷକୁ ଉଠି ପାରିବେ ନାହିଁ।  ପ୍ରଥମ  ପରୀକ୍ଷାକୁ ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହେବାପରେ ଏହାକୁ ନେଇ ଅନେକ କଲେଜରେ ଏହାକୁ ବିରୋଧ କରାଯାଇଛି। ଏହାକୁ ନେଇ ଅନେକ କଲେଜର ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଅନେକ କଲେଜରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଠ୍ୟକ୍ରମ ସରି ନଥିବାରୁ ଏତେ ଶୀଘ୍ର କିଭଳି ପରୀକ୍ଷା ପାଇଁ ପ୍ରସ୍ତୁତି ହେବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଗତକିଛି ଦିନ ଏଭଳି ବ୍ୟବସ୍ଥାକୁ ବିରୋଧ କରି ବିଜେବି କଲେଜରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳକୁ ଓହ୍ଲାଇଥିବା ବେଳେ ଆଜି ବିଜେପି କଲେଜ, ମହର୍ଷି କଲେଜ ଓ ଏକ୍ରାମ କଲେଜର ଛାତ୍ରଛାତ୍ରୀ ମାନେ ରାସ୍ତାକୁ ଓହ୍ଲାଇ ତୀବ୍ର ବିରୋଧ କରିଛନ୍ତି ।     

Tags: