latest

ଘର ଭାଙ୍ଗିଲେ ଓ ଜଣଙ୍କୁ ଦଳିଦେଲେ ହାତୀ

Spread the News

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜର ତୁନମୁରା ପଞ୍ଚାୟତ ଗମ୍ଭାରଡ଼ିହି ନିକଟ ଅଟୋମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ରାତିରେ ହାତୀ ଏହି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଜଣଙ୍କୁ ଦଳି ମାରିଦେଇଛନ୍ତି।  ରାତି ପ୍ରାୟ 11ଟା ପରେ ଏହି ଗାଁରେ ହାତୀ ପଶି ଘର ଦ୍ଵାର ଭଙ୍ଗାରୁଜା କରୁଥିବା ବେଳେ ଗାଁର ସମସ୍ତେ ଭୟଭୀତ ଅବସ୍ଥାରେ ଥିଲେ । ଉକ୍ତ ସମୟରେ ଗାଁର ନରବେଟ କୁଲୁ ନାମକ ବୃଦ୍ଧ ବାହାରକୁ ବାହାରି ହାତୀ ହାବୁଡ଼ରେ ପଡିଯାଇଥିଲେ। ଗାଁ ଲୋକେ ନରବେଟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ଆରଜିଏଚ୍‌କୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀଟି ପ୍ରାୟ ଚାରିଟି ଘର ଭଙ୍ଗାରୁଜା କରିଛି। ବର୍ତ୍ତମାନ ଗାଁରେ ଆତଙ୍କ ଦେଖାଦେଇଛି ।

Tags: ,