ଫେବୃଆରୀ 14ରେ ବିଧାନସଭା ବଜେଟ ଅଧିବେସନ

Spread the News

ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଫେବୃୟାରୀ 14ରୁ ଅନୁଷ୍ଠିତ ହେବ। ଏହି ଅଧିବେଶନ ଏପ୍ରିଲ 9 ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ 31ଦିନ ଧରି ଅଧିବେଶନ ବସିବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଓ 18 ତାରିଖରେ 2020-21 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଅଧିବେଶନ ଫେବୃୟାରୀ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ପୁଣିଥରେ ମାର୍ଚ୍ଚ 11 ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ପକ୍ଷରୁ ଆଜି ଏନେଇ ବିଜ୍ଞପ୍ତି ଜାରି ହୋଇଛି।

Tags: