ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ଆଡମେ ମାଡକାମି

Spread the News

ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିକଟରେ ମଙ୍ଗଳବାର ଜଣେ ମହିଳା ମାଓବାଦୀ ଆମତ୍ସମର୍ପଣ କରିଛନ୍ତି। ସେ ହେଲେ ଆଡମେ ମାଡ଼କାମି। ତାଙ୍କ ଘର ମାଥିଲି ଥାନା ଅନ୍ତର୍ଗତ କମାରପାଲ୍ଲୀ ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଗତ 2015ରେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ଅଧୀନରେ ଥିବା ଦରଭା ଡିଭିଜନର ମହୁପଦର ଏଲଓଏସର ପାର୍ଟି ମେମ୍ବର ଭାବେ କାର୍ଯ୍ୟରତ କରୁଥିଲେ। ସେ ଗତ 2015 ରେ ଦଣ୍ଡିପଦର ଗ୍ରାମର ଭୀମା ମାଡ଼କାମିଙ୍କୁ ହତ୍ୟା ଏବଂ 2017ରେ ଜନ୍ଦ୍ରାଗୁଡ଼ା ଗ୍ରାମର ମୂୟା କବାସୀଙ୍କୁ ହତ୍ୟା, 2018 ରେ ଖଟୁଆପଦର ଗ୍ରାମର ପରଦେଶୀ ଦୁରୁଆଙ୍କୁ ହତ୍ୟା, 2018ରେ ଲୁଲେର ନିକଟରେ ରାସ୍ତା କାମରେ ନିୟୋଜିତ ରୋଲର ପୋଡ଼ି, 2018ରେ ଡଲଡଲି ଗ୍ରାମ ନିକଟର ପୋଲିସ ସହ ଗୁଳିବିନିମୟ ଓ ମହୁପଦର ନିକଟରେ ପୋଲିସ ସହ ଗୁଳି ବିନିମୟ ଘଟଣାରେ ଜଡ଼ିତ ଥିବା ଜଣାପଡ଼ିଛି।

ତାଙ୍କ ନାମରେ ରାଜ୍ୟ ସରକାର 2 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା  କରାଯାଇଥିଲା।  ମାଓବାଦୀ ନେତାଙ୍କ ମହିଳା କ୍ୟାଡରଙ୍କ ପ୍ରତି ଅତ୍ୟାଚାର କରୁଥିବା ସହ ଦଳରେ ରହି କୌଣସି ସୁବିଧା ହେଉ ନ ଥିବା, ଟେମୁରୁପାଲ୍ଲୀ ଓ ମହୁପଦରରେ ପୋଲିସର କ୍ୟାମ୍ପ ପ୍ରତିଷ୍ଠା ଯୋଗୁ ମାଓବାଦୀଙ୍କୁ ସମସ୍ୟା ସୃଷ୍ଟି ସମେତ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ସେ ଆମତ୍ ସମର୍ପଣ କରିଥିବା ଆରକ୍ଷୀ ଅଧୀକ୍ଷକ ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Tags: