ସରକାରୀ ସ୍କୁଲରେ ପ୍ରଥମ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ-ସମୀର ରଞ୍ଜନ ଦାଶ

Spread the News

 ଏଣିକି ସରକାରୀ ସ୍କୁଲରେ  ପିଲାଙ୍କୁ ଇଂରାଜୀ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଖୁବ୍‌ ଶୀଘ୍ର ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ଅଭିଭାବକଙ୍କ ଆଗ୍ରହ ଦେଖି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏଥିସହ ବିଭିନ୍ନ ଜିଲ୍ଲାରେ ଭିତ୍ତିଭୂମି ଥିବା 100ଟି ସ୍କୁଲ ଅଫ୍ ଏକ୍ସିଲେନ୍ସିରେ ଇଂରାଜୀ ଶିକ୍ଷାକୁ ଗୁରତ୍ୱ ଦିଆଯିବ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଅନ୍‌ଲାଇନ କରାଯିବାକୁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ହେଉଛି। ନିମାପଡାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ବୈଠକରେ 294 ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସି, ବ୍ଲକ ଶିକ୍ଷା ଅଧିକାରୀ ଓ ମଣ୍ଡଳ ଅଧିକାରୀମାନେ ଯୋଗ ଦେଇଥିଲେ । ମୋ ସରକାର, ମାଟ୍ରିକ ପରୀକ୍ଷା, ସରକାରୀ ଯୋଜନାରେ ଅନୁଦାନ ଅର୍ଥର ବିନିଯୋଗ, ଫୋନି କ୍ଷତିଗ୍ରସ୍ତ ବିଦ୍ୟାଳୟର ପୁନରୁଦ୍ଧାର ସହ 19 ଟି ପ୍ରସଙ୍ଗରେ ସମୀକ୍ଷା ହୋଇଥିଲା।

Tags: