latest

ଭୋର ୫ଟାରୁ ମହାନଦୀ ପଠାରେ ୫ଟି ସଚିବ ଭି.କେ. ପାଣ୍ଡିଆନ

Spread the News

ଆଜି କଟକ ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପଣ୍ଡିଆନ । ଏହି ଗ୍ରସ୍ତ ସମୟରେ ୫ଟି ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର, ଆର୍ ଡି ସି, ଜିଲ୍ଲାପାଳ ଓ କଟକ ଡିସିପି ଉପସ୍ଥିତ ଥିଲେ । ସିସୋର ପଠା, ହାଡ଼ିଆ ପଠା ଓ ନୌ ବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ସମସ୍ତ ଅଧିକାରୀ । କଟକ ମହାନଦୀ ପଠାରେ ପର୍ଯ୍ୟଟନର ବିକାଶ ଲାଗି ବୃହତ ପ୍ରକଳ୍ପ ଘୋଷଣା ସରକାର କରିପାରନ୍ତି । ୫ଟି ସଚିବଙ୍କ ସହ ଥିଲେ ଜଳ ସମ୍ପଦ, ପର୍ଯ୍ୟଟନ, ପୂର୍ତ୍ତ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି ଓ କଟକ ଜିଲ୍ଲାପାଳ, କାଲି ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଶିଳାନ୍ୟାସ କରିପାରନ୍ତି । ତେବେ ୫ଟି ସଚିବଙ୍କ କଟକ ଗ୍ରସ୍ତ କରିବା ପରେ ଜଳ ସମ୍ପଦ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏସସିବି ମେଡିକାଲର ଦ୍ଵିତୀୟ କ୍ୟାମ୍ପସ ରୂପରେଖ ନେଇ ୫ଟି ସଚିବଙ୍କ ଗସ୍ତ । ଉନ୍ନତ ମାନର ରୋଗୀ ସେବା ଯୋଗଇଦେବା ପାଇଁ ଲକ୍ଷ୍ୟ ରହିଛି । ସିସୋର ପଠାରେ ଏସସିବି ର କିଛି ବିଭାଗକୁ ନେଇ ଦ୍ଵିତୀୟ କ୍ୟାମ୍ପସ ଗଠନ କରାଯିବ ।

Tags: