latest

ଟଙ୍କା ନେଇ ଆବାସ କରୁନଥିଲେ – ହିତାଧିକାରୀଙ୍କ ଘର ସାମ୍ନାରେ ଧାରଣା ଦେଲେ ବିଡିଓ

Spread the News

ପ୍ରଶାସନ ନଶୁଣିଲେ ଜନସାଧାରଣ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଉଥିବା ଆପଣମାନେ ବହୁବାର ଦେଖିଛନ୍ତି। କିନ୍ତୁ ଜନସାଧାରଣଙ୍କ ଘର ସାମ୍ନାରେ ପ୍ରଶାସନ ଧାରଣା ଦେଇଥିବା କେବେ ଦେଖିନଥିଲେ । କିନ୍ତୁ ଏହା ସତ । ଆବାସ ଯୋଜନା ପାଇଁ ଟଙ୍କା ନେଇ ଘର କରୁନଥିବା ହିତାଧିକାରୀଙ୍କ ଘର ସାମ୍ନାରେ  ବ୍ଲକ୍ ପ୍ରଶାସନ ଧାରଣା ଦେବା ବିରଳ ଘଟଣା। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପ୍ରଶାସନର ଅଭିନବ ପ୍ରତିବାଦ ଏବେ ସାରା ରାଜ୍ୟରେ ଆଲୋଚନାର ବିଷୟ ପାଲଟିଛି ।ଆବାସ ଯୋଜନାର ହିତାଧିକାରୀ କାର୍ଯ୍ୟାଦେଶ ପାଇ ଏବଂ ଅନୁଦାନ ପାଇ ସୁଦ୍ଧା ନିଜର ଘର କାର୍ଯ୍ୟ ଶେଷ କରୁନଥିଲେ ।  ବିଡ଼ିଓଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ଅଧିକାରୀମାନେ ହିତାଧିକାରୀଙ୍କ ଘର ସାମ୍ନାରେ ବ୍ୟାନର ମାରି ପ୍ରତୀକ ଧାରଣାରେ ବସିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ମାଣିକେଶ୍ୱର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀ ଘର କରି ନଥିବାରୁ ପ୍ରଶାସନ ତରଫରୁ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଏହି ଅଭିନବ ଉପାୟ ଅବଲମ୍ବନ କରିଥିଲେ।ବ୍ଲକର କିଛି କର୍ମଚାରୀଙ୍କୁ ନେଇ ହିତାଧିକାରୀଙ୍କ ଘର ସମ୍ମୁଖରେ ପ୍ରତୀକ ଧାରଣା ଦେଇଥିଲେ। ହିତାଧିକାରୀମାନେ ପ୍ରଥମ କିସ୍ତିରେ 20 ହଜାର ଟଙ୍କା ପାଇଥିବା ବେଳେ କିଛି ହିତାଧିକାରୀ ଦ୍ୱିତୀୟ କିସ୍ତିରେ35 ହଜାର ଟଙ୍କା ପାଇ ମଧ୍ୟ ଗୃହ ନିର୍ମାଣ କାର୍ଯ୍ୟ କରି ନାହାନ୍ତି। ଯାହାଦ୍ୱାରା କାର୍ଯ୍ୟାଦେଶ ଅବଧି ଶେଷ ହୋଇ ଯାଇଥିଲେ ହେଁ ହିତାଧିକାରୀ ଗୃହ ନିର୍ମାଣ କରି ନଥିବାରୁ ବ୍ଲକ ପ୍ରଶାସନ ତରଫରୁ ଏହି ଅଭିନବ ଧାରଣା ଦିଆ ଯାଇଥିଲା ବୋଲି ଜଣାପଡ଼ିଛି । ତେବେ ବିଡ଼ିଓ ଧାରଣାରେ ବସିବା ପରେ ହିତାଧିକାରୀମାନେ 15 ଦିନ ମଧ୍ୟରେ ଆସନ୍ତା ଫେବୃଆରୀ 10 ତାରିଖ ସୁଦ୍ଧା ଗୃହ ନିର୍ମାଣ ଶେଷ କରିବାକୁ ଲିଖିତ ପ୍ରତିଶୃତି ଦେବାରୁ ବିଡ଼ିଓ ଓ କର୍ମଚାରୀମାନେ ଧାରଣାରୁ ଉଠିଥିଲେ। ଏହି ଭଳି ଯେଉଁ ମାନେ କାର୍ଯ୍ୟାଦେଶ ପାଇଥିଲେ ସୁଦ୍ଧା  ଆଦୌ କାମ କରୁନାହାନ୍ତି କିମ୍ବା ପ୍ରଶାସନର ଅନୁରୋଧକୁ ମଧ୍ୟ ମାନୁ ନାହାଁନ୍ତି। ବା ଯେଉଁମାନେ ନିର୍ଦ୍ଧାରିତ ସମୟରେ କାମ କରୁନାହାନ୍ତି କିମ୍ବା ପ୍ରଶାସନର  ନିର୍ଦ୍ଧେଶକୁ ଅବମାନନା କରୁଛନ୍ତି।ସେଠି ଏହି ପରି ପ୍ରତିବାଦ କରାଯିବ ବୋଲି ବିଡ଼ିଓ ପ୍ରବୀଣ କୁମାର ବଣୁଆ କହିଛନ୍ତି ।

Tags: