latest

ତୁର୍କୀରେ ଭୂକମ୍ପ, 18 ମୃତ

Spread the love

ପୂର୍ବ ତୁର୍କୀରେ ହୋଇଥିବା ବଡ଼ ଧରଣର ଭୂକମ୍ପରେ ହୋଇଛି। ଏଥିରେ  18ଜଣଙ୍କ ମୃତ୍ୟୁ ହୋଇଥିବା ସହ 100 ରୁ ଅଧିକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.8 ରହିଥିଲା। ଶୁକ୍ରବାର ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଥିବା ବେଳେ କିଛି ଲୋକେ ନିଖୋଜ ରହିଛନ୍ତି। ଇଲାଜିଗର ପୂର୍ବ ପ୍ରଦେଶ ସ୍ଥିତ ସିଭରିସ ସହର ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ଏହି ଭୂକମ୍ପରେ ଅନେକ କୋଠଘର ଭୁଶୁଡ଼ି ପଡ଼ିଛି। ସୂଚନା ଯୋଗ୍ୟ, ଭୂକମ୍ପ ସମୟରେ ପ୍ରାୟ 10 ରୁ ଅଧିକ ଥର ଝଟକା ଅନୁଭୂତ ହେବା ଫଳରେ ଲୋକେ ଭୟଭୀତ ହୋଇ ରାସ୍ତା ଉପରକୁ ଆସି ଚିତ୍କାର କରିଥିଲେ।