latest

ସିଏଏ ହିଂସା ପଛରେ ପିଏଫଆଇ ଓ ଆରଏଫଆଇ’

Spread the love

ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନଆରସି)କୁ ବିରୋଧ କରି ସାରା ଦେଶରେ ହିଂସା ହୋଇଛି। ଏହି ହିଂସା ପଛରେ ରେହାବ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଆରଏଫଆଇ) ଓ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ନାମକ ଦୁଇଟି ସଂଗଠନ ରହିଥିବା ଜଣାପଡ଼ିଛି। ପିଏଫ୍‌ଆଇ ଓ ଆରଏଫ୍‌ଆଇ ଜରିଆରେ ଏହି ଆନ୍ଦୋଳନ ପାଇଁ ୧୨୦ କୋଟି ଟଙ୍କା ଆସିଥିବା ନେଇ ସୂଚନା ମିଳିଛି। ଏହି ଟଙ୍କା କଂଗ୍ରେସ ନେତା ତଥା ଆଇନୀଜୀବୀ କପିଲ ଶିବଲ, ଇନ୍ଦିରା ଜୟସିଂହ, ଦୁଷ୍ୟନ୍ତ ଡାଭେ ଏବଂ ଅବଦୁଲ ସମଦଙ୍କୁ ଦିଆଯାଇଛି। ଏହା ସେମାନଙ୍କୁ ଓକିଲ ଫି ହିସାବରେ ଦିଆଯାଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏହା ସ୍ପଷ୍ଟ କରିଛି। ଉତ୍ତର ପ୍ରଦେଶରେ ହୋଇଥିବା ହିଂସା ପଛରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)। ସିଏଏ ବିରୋଧୀଙ୍କ ସହିତ ପିଏଏଫଆଇ ସିଧାସଳଖ ପିଏଫଆଇର ସଂପୃକ୍ତି ଥିଲା। ଏହି ପିଏଫଆଇକୁ ୭୩ଟି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୧୨୦ କୋଟି ଟଙ୍କା ଆସିଥିଲା। ଯାହାକି ହିଂସା ପ୍ରଦର୍ଶନକାରୀଙ୍କ ପଛରେ ଖର୍ଚ୍ଚ ହୋଇଥିଲା। ଡିସେମ୍ୱରରେ ସଂସଦ ଆରମ୍ଭ ହୋଇଥିଲା। ସିଏଏ ସଂସଦରେ ଗୃହୀତ ହେବା ପରେ ପଶ୍ଚିମ ୟୁପିର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ପିଏଫଆଇର କଶ୍ମୀର ୟୁନିଟକୁ ବି ୧.୬୫ କୋଟି ଟଙ୍କା ଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ସମସ୍ତ ଆର୍ଥିକ ନେଣଦେଣ ବାବଦରେ ଏଭଳି ରିପୋର୍ଟ ଦେଇଛି।ସିଏଏ ଓ ଏନଆରସିକୁ ବିରୋଧ ବେଳେ ପିଏଫଆଇକୁ ଏହି ସବୁ ଆକାଉଣ୍ଟରୁ ଅଧିକ ଥର ଟଙ୍କା ଯାଇଥିବା ଜଣାପଡ଼ିଛି। ନଗଦ ଟଙ୍କା, ଏନଇଏଫଟି, ଆଇଏମପିଏସ ପ୍ରକ୍ରିୟାରେ ପିଏଫଆଇ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ସୂଚନା ରହିଛି।କଂଗ୍ରେସ ନେତା ତଥା ଆଇନଜୀବୀ କପିଲ ଶିବଲ ୭୭ ଲକ୍ଷ, ଆଇନଜୀବୀ ଇନ୍ଦିରା ଜୟସିଂହ ୪ ଲକ୍ଷ, ଡାଭେ ୧୧ ଲକ୍ଷ ଏବଂ ଅବଦୁଲ ସମୁଦ ୩.୧୦ ଲକ୍ଷ ଟଙ୍କା ପାଇଥିବା ସୂଚନା ରହିଛି।ତେବେ କପିଲ ଶିବଲ ଟଙ୍କା ପାଇଥିବା ଅଭିଯୋଗକୁ ଖାରଜ କରିଛନ୍ତି। ଯଦି ସେ ଟଙ୍କା ନେଇଥିବେ ତାହେଲେ ଚେକ୍ ମାଧ୍ୟମରେ କ୍ୟାଶ ମାଧ୍ୟମରେ ନୁହେଁ ବୋଲି ସେ କହିଛନ୍ତି। ଏମିତିକି ସେ ପିଏଫଆଇ ପାଇଁ ଓକିଲାତି କରିନାହାନ୍ତି ବୋଲି କହିଛନ୍ତି।ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପିଏଫଆଇର ୧୫ଟି ବ୍ୟାଙ୍କ ଆକାଉଣ୍ଟରେ ଏବଂ ରେହାବ ଇଣ୍ଡିଆର ୧୦ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ୍ ୧.୦୪ କୋଟି ଟଙ୍କା ଜମା ହୋଇଛି। ଡିସେମ୍ୱର ୪, ୨୦୧୯ରୁ ଜାନୁଆରୀ ୬, ୨୦୨୦ ମଧ୍ୟରେ ଏହି ନେଣଦେଣ ହୋଇଛି।ସୂଚନାଯୋଗ୍ୟ, ପିଏଫଆଇ ଅଧ୍ୟକ୍ଷ ବସିମ ଅହମ୍ମଦ ସିଏଏ ହିଂସା ମାମଲାରେ ଗିରଫ ହୋଇଥିଲେ। ସପ୍ତାହକ ତଳେ ସେ ଜାମିନରେ ଆସିଛନ୍ତି। ଅନ୍ୟପଟେ ଦିଲ୍ଲୀରେ ଏବେ ଚାଲିଥିବା ଶାହିନ ବାଗ ଘଟଣାରେ ମଧ୍ୟ ପିଏଫଆଇର ହାତ ଅଛି ବୋଲି ଜଣାପଡ଼ିଛି।

Tags: