ବେକାବୁ କରୋନା, ଚୀନରେ ନେଲାଣି 106 ଜଣଙ୍କ ଜୀବନ

Spread the News

 ଭୟଙ୍କର କରୋନା  ଭାଇରସ ଯୋଗୁଁ ସାରା ବିଶ୍ୱକୁ ଡରାଇ ରଖିଛି। ଚୀନରେ 106 ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ 3600ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 1300 ଜଣ ଲୋକଙ୍କ ନିକଟରେ କୋରନା ଭାଇରସ ଥିବା ଚିହ୍ନିତ କରାଯାଇଛି । ଜାତୀୟ ଗଣମାଧ୍ୟମ ସସ୍ଥା ଦ୍ୱାରା ଏହା ରିପୋର୍ଟ କରାଯାଇଛି । ଏହି ଭୟଙ୍କର ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ସ୍ଥାନକୁ ବ୍ୟାପିସାରିଛି।  ତେଣୁ ସମଗ୍ର ଦେଶରେ କରୋନା ଭାଇରାସ ନେଇ ଚିନ୍ତିତ ଅଛନ୍ତି । ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କ ଜାରି କରାଯାଇଛି । ଚୀନରୁ ଯାଉଥିବା ଲୋକଙ୍କୁ କିଛି ଦେଶରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ସେହିଭଳି ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଚୀନରୁ ଅନ୍ୟ ଦେଶକୁ ସଂଯୋଗ କରୁଥିବା ବିମାନ ପ୍ରତି ମଧ୍ୟ ନଜର ରଖାଯାଇଛି ।  

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡୋସ ଉଧୈନୋମ ଗ୍ରେବ୍ରୋୟସ ଚୀନରେ ପହଞ୍ଚିଛନ୍ତି । ସେ ଏହି ବିପଦରୁ ବର୍ତ୍ତିବା ପାଇଁ ଚୀନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଭାରତ ସରକାର ମଧ୍ୟ ବୁହାନ ସହରରେ ଫସିଥିବା 250ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ଚୀନ ତରଫରୁ ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି ।