ଧନିଆ ଚଟଣୀ

Spread the News

ଏବେ ବଜାର ହାଟରେ ବହୁତ ଶସ୍ତା ଦାମରେ ମିଳୁଛି ଧନିଆ ପତ୍ର। ଏହାର ବାସ୍ନା ଏବଂ ସ୍ୱାଦ ପାଇଁ ଏହା ସମସ୍ତଙ୍କର ପ୍ରିୟ। ଧନିଆ ଚଟଣୀ ତ ସମସ୍ତଙ୍କୁ ନିହାତି ପସନ୍ଦ ଥିବ। ଆପଣଙ୍କର ପସନ୍ଦକୁ ନଜରରେ ରଖି ଆଜି ଆମେ ଆପଣଙ୍କୁ ଜଣାଇବୁ ଗୋଟେ ନୂଆ ପ୍ରକାରର ଧନିଆ ଚଟଣୀ। ତେବେ ଆସନ୍ତୁ ଜାଣିବା।

ଆବଶ୍ୟକ ସାମଗ୍ରୀ

କଟା ଧନିଆ ପତ୍ର – ୧କପ୍‌

କଞ୍ଚା ଲଙ୍କା – ୨

ଅଦା – ଛୋଟ ଖଣ୍ଡ

ନଡିଆ କୋରା – ୪ ଟେବୁଲ ଚାମଚ

ଲେମ୍ବୁ ରସ – ୧ ଟେବୁଲ ଚାମଚ

ରାଶି – ଅଳ୍ପ

ତେନ୍ତୁଳି ରସ – ଏକ ଟେବୁଲ ଚାମଚ

ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଧନିଆ ପତ୍ର ଏବଂ କଞ୍ଚା ଲଙ୍କାକୁ ଭଲ କରି କାଟି ଦିଅନ୍ତୁ।

-ଏହାପରେ ଅଦାର ଚୋପା ବାହାର କରି କାଟି ଦିଅନ୍ତୁ।

-ଏବେ ଧନିଆ ପତ୍ର, କଞ୍ଚା ଲଙ୍କା ଏବଂ ଅଦାକୁ ପକାନ୍ତୁ।

-ଏହାପରେ ନଡିଆ କୋରା ପକାଇ ଦିଅନ୍ତୁ।

-ଲୁଣ ସ୍ୱାଦାନୁସାରେ ପକାଇ ମିଶ୍ରଣକୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ।

-ଏବେ ଏହାକୁ ପାତ୍ରରେ ବାହାର କରିଦିଅନ୍ତୁ।

-ଏବେ ଏଥିରେ ଲେମ୍ବୁ ରସ, ତେନ୍ତୁଳି ରସ ମିଶାଇ ଦିଅନ୍ତୁ।

-ଏବେ ଆପଣଙ୍କର ଧନିଆ ଚଣଟୀ ପ୍ରସ୍ତୁତ ହୋଇଯାଇଛି।

Tags: