ଆଜିଠୁ ପ୍ରଥମ ପର୍ଯ୍ୟାୟ ପଦୋନ୍ନତି ଅଦାଲତ

Spread the News

ପଦୋନ୍ନତିରୁ ବଞ୍ଚିତ ଯୋଗ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ପଦୋନ୍ନତି ଅଦାଲତ ଆରମ୍ଭ ହେଉଛି। ଏହା ମଙ୍ଗଳବାର, ବୁଧବାର ଓ ଶୁକ୍ରବାର ତିନିଦିନ ଚାଲିବ। ପୂର୍ବ ନିର୍ଦ୍ଧାରିତ 6 ଟି ସ୍ଥାନରେ ବରିଷ୍ଠ ଅଧିକାରୀ ପଦୋନ୍ନତିରୁ ବଞ୍ଚିତ ସରକାରୀ କର୍ମଚାରୀଙ୍କ ଆପତ୍ତିର ଶୁଣାଣି କରିବେ। ଏହି ପର୍ଯ୍ୟାୟରେ ଶୁଣାଣି ପାଇଁ 2273 ଦରଖାସ୍ତକାରୀଙ୍କ ନାମ ତାଲିକାଭୁକ୍ତ ହୋଇଛି।  ସମ୍ପୃକ୍ତ ଦରଖାସ୍ତକରୀଙ୍କ ନିକଟକୁ ଇ-ମେଲ ମାଧ୍ୟମରେ ପ୍ରାପ୍ତିସ୍ବୀକାର ପତ୍ର ପଠାଯାଇଛି। ଏଥିରେ ଶୁଣାଣି ସ୍ଥାନ ଓ ସମୟ ଉଲ୍ଲେଖ କରାଯାଇଛି। ଦରଖାସ୍ତକାରୀମାନେ ପଦୋନ୍ନତି ଅଦାଲତକୁ ଆସିବା ବେଳେ ଏହି ପ୍ରାପ୍ତିସ୍ବୀକାରପତ୍ର ସାଙ୍ଗରେ ଆଣିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ଅଦାଲତରେ ଆବେଦନକାରୀ ନିଜେ ଉପସ୍ଥିତ ରହି ପକ୍ଷ ରଖିବେ। କର୍ମଚାରୀଙ୍କ ତରଫରୁ ଓକିଲ ବା କୌଣସି ଦ୍ୱିତୀୟ ବ୍ୟକ୍ତି ପକ୍ଷ ରଖିପାରିବେ ନାହିଁ। ରବିବାର ବିଭାଗୀୟ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।

 

Tags: