ସିଏଏ ଓ ଏନଆରସିକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

Spread the News

ସିଏଏ ଓ ଏନଆରସିକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବନ୍ଦ ପାଳନ କରାଯାଉଛି।  ରାଉରକେଲା, କଣ୍ଟାବାଞ୍ଜି, ସୋନପୁରରେ 12 ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ବନ୍ଦ ପ୍ରଭାବରେ କଣ୍ଟାବାଞ୍ଜି, ରାଉରକେଲା, ସୋନପୁରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ରହିଛି। କଣ୍ଟାବାଞ୍ଜି ମାଇନରିଟି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି। ସେହିପରି ସୋନପୁରରେ ବହୁଜନ ମୋର୍ଚ୍ଚା ଏବଂ ଭୀମ୍ ଦଳ ବନ୍ଦ ଡ଼ାକରା ଦେଇଛନ୍ତି। ସୋନପୁରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ସ୍କୁଲ କଲେଜ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତାରୋକ ମଧ୍ୟ କରାଯାଇଛି। ସେହିପରି ରାଉରକେଲାରେ ସିଏଏକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି। ଆନ୍ଦୋଳନକାରୀମାନେ ବିଶ୍ରା ଛକରେ ରାସ୍ତାରୋକ କରିଥିଲେ। ଏହାପରେ ପ୍ଲାଣ୍ଟ ସାଇଟ୍ ପୋଲିସ ୩୬ ଜଣଙ୍କୁ ଅଟକ ରଖିଛି। ସେଠାରେ ଏବେ ସ୍ଥିତି ସ୍ଵଭାବିକ ରହିଛି। 

Tags: